ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପୀଠ ସ୍ଥଳୀ ଭବାନୀପାଟଣା ସହରରେ ରବିବାର ଲୋକେ ନୂଆଁ ଖାଉଛନ୍ତି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ମା’ ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ପୂର୍ବ ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୬ ଟା ୩୦ ମିନିଟରୁ ୮ ଟା ୫୦ ମିନିଟ ମଧ୍ୟରେ ମା’ଙ୍କ…

ବିନା ବର୍ଷାରେ ବଜ୍ରାଘାତ; ‌ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି।

ବେତନଟୀ : ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ବର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)। ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ…

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି…

ବୋଟ୍‌ରେ ମାଛ ମାରିବା ବେଳେ ପ୍ରାଣ ହରାଇଲେ ଧୀବର

ଧାମରା: ଧାମରା ନିକଟସ୍ଥ ଜଳରାଶିରେ ବୋଟରେ ଜଣେ ଧୀବର ମାଛ ମାରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ସୂଚନା ଦେଇଛନ୍ତି। ରବିବାର ସକାଳ ସମୟରେ ସାବିତ୍ରୀ ନାମକ ଏକ ମାଛଧରା ବୋଟରେ ସୁଦାମ ମଳିକ(୫୫) ନାମକ ଜଣେ ଧୀବର ମାଛ ମାରୁଥିବା…

ବେଦାନ୍ତ ଆଲୁମିନିୟମ୍‌ ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍‌ଯନ୍ତ୍ରର ଅଭିଯୋଗ ହୋଇଛି।

ଝାରସୁଗୁଡ଼ା: ଝାରସୁଗୁଡ଼ା ଭୁର୍କାମୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ୧୩ କୋଟିର ଜଳକର ଠକେଇ ମାମଲାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍‌ଯନ୍ତ୍ରର ଅଭିଯୋଗ ହୋଇଛି। ୨୦୦୬ ମସିହା ତୁଳନାରେ ବର୍ତ୍ତମାନ ବେଦାନ୍ତର ଆୟତନ ପ୍ରାୟ ୧୦ ଗୁଣା ବୃଦ୍ଧି…

ଏସୀୟ କ୍ରୀଡ଼ାରେ ଭାରତକୁ ରୌପ୍ୟ ପଦକ।

ଚୀନର ହାଙ୍ଗଝୌରେ ଏସୀୟ କ୍ରୀଡ଼ାର ଊନବିଂଶତମ ସଂସ୍କରଣ ଆରମ୍ଭ ହୋଇଯାଇଥିବା ବେଳେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ। ଶୁଟିଂରେ ମହିଳା ଟିମ୍‌କୁ ମିଳିଛି ରୌପ୍ୟ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମିଳିଛି ଏହି ସଫଳତା। ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ଜିତିଛନ୍ତି…

ଜଣଙ୍କୁ ମିଳିଲା ଜାମିନ୍, ମୁକୁଳିଲେ ଅନ୍ୟ ଜଣେ

ଭୁବନେଶ୍ୱର : ଠକେଇ ଅଭିଯୋଗରେ ଜାମିନ ପାଇଥିବା ଜଣେ ଅଭିଯୁକ୍ତଙ୍କ ବଦଳରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ। ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ଝାରପଡ଼ା ସ୍ପେଶାଲ ଜେଲରେ ଘଟିଛି ଏଭଳି ସାଂଘାତିକ ତ୍ରୁଟି। ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା…

ଗୋଟିଏ ଦିନରେ ୩ଟି ବିଦ୍ୟାଳୟରୁ ଚୋରି

ଅତାବିରା : ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧିନରେ ଥିବା ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚୋରି ହେଉଥିବା ଘଟଣା ପ୍ରାୟ ସାମ୍ନାକୁ ଆସୁଛି। ଆଜି ଗୋଟିଏ ଦିନରେ ତିନି ତିନିଟି ସ୍କୁଲରୁ ଚୋରି ହେଇଥିବା ଜଣାପଡିଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଭଏଁରୋ ପାଲି…

ବୃଦ୍ଧି ହେଲା ରେଳ ଦୁର୍ଘଟଣା ଜନିତ ସହାୟତା ରାଶି

ଡେସ୍କ: କେନ୍ଦ୍ର ସରକାର ଦେଶରେ ରେଳ ଦୁର୍ଘଟଣା ଏବଂ ଅଘଟଣରେ ମୃତକ ଏବଂ ଆହତ ଯାତ୍ରୀଙ୍କୁ ଦିଆଯାଉଥିବା ସହାୟତା ରାଶି ବୃଦ୍ଧି କରିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କୁ ୨ ଲକ୍ଷ…

୧୮ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ: ଅବକାରୀ ମୋବାଇଲ ୟୁନିଟି ରାଣୀପଥର ତନଖି ଫାଟକରେ ଯାନବାହନ ତନଖି କରୁଥିବା ବେଳେ ଗୋଟିଏ ଇଣ୍ଡିଗୋ ଇସିଏସ୍ କାର ସହ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ବେଆଇନ ଗଞ୍ଜେଇ ପରିବହନ ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ୟୁନିଟି। ଗିରଫ ଅଭିଯୁକ୍ତ ମାନେ ହେଲେ…