ରାୟଗଡା,୧୩/୪ : ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୮୦ତମ ସ୍ୱାଧୀନତା ଦିବସ। ଏହି ଦିବସ କୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ରାୟଗଡାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାୟଗଡା ସଦର ପିଏମଶ୍ରୀ ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ରେ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଂଚିଛି। ସ୍ୱାଧୀନତା ଦିବସରେ ତ୍ରୀରଙ୍ଗା ପତାକା ଉତ୍ତୋଳନଏବଂ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଉଛି। ୧୫ ଅଗଷ୍ଟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସମୁଦାୟ ୨୫ ଟି ପ୍ଲାଟୁନ ପ୍ୟାରେଡରେ ଅଂଶ ଗ୍ରହଣ କରିବେ। ପ୍ୟାରେଡ କମାଣ୍ଡର ପୁଲିସ ଆର.ଆଇ ଦିନେଶ କୁମାର ସାହୁ ଏବଂ ଦ୍ୱିତୀୟ କମାଣ୍ଡର ଏସ୍.ଆଇ. (ଆର୍ମସ୍) ଦିଲୀପ ମିଶ୍ରଙ୍କ ନେତୃତ୍ୱରେ ଅଭ୍ୟାସ ପ୍ୟାରେଡ୍ ଚାଲିଥିଲା। ସିଆରପିଏଫ,ଏପି ଆର, ଏନସିସି ସିନିୟର ଡିଭିଜନର ୩ଟି ପ୍ଲାଟୁନ ଜୁନିଅରରେ ଡିଭିଜନରେ ୮ ଟି ପ୍ଲାଟୁନ ସହ ଜି.ସି.ଡି ହାଇସ୍କୁଲ, ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ଅରବିନ୍ଦ ସ୍କୁଲ ସମେତ ବହୁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ୟାରେଡ୍ ଅଭ୍ୟାସ ଆଜି ଶେଷ ହୋଇଛି।ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟ ସ୍କାଉଟ୍ସ। ଆସନ୍ତା ଶନିବାର ଦିନ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଟ୍ରେ ପାଇଁ ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲ କର୍ଣ୍ଣି ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ଏସପି ରାଜ ପ୍ରସାଦଙ୍କ ତତ୍ତ୍ୱlବଧାନ ରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.
Comments are closed.