ଗଜପତି,୧୩.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଧୀନସ୍ଥ ଲିଙ୍ଗିପୁର ଗ୍ରାମ ପାର୍ଶ୍ୱରୁ ଗଣ୍ଡାହାତୀ ଗ୍ରାମ ଆଡକୁ ବେଆଇନ ବାଲି ବୋଝେଇ ହାଇୱା ଆସୁଥିବା ଖବର ପାଇ ଗାରାବନ୍ଧ ଥାନା କର୍ମଚାରୀ ସଦଳବଳେ ହରିଶ୍ଚନ୍ଦ୍ରପୁର ଛକ ଠାରେ ବାଲି ବୋଝେଇ ଟ୍ରକ (ଏପି-୩୯-ଡବ୍ଲ୍ଯୁକେ-୧୮୫୯)କୁ ଅଟକାଇଥିଲେ।ଡ୍ରାଇଭର ସୁମନ ମାରାପୁ ୨୬ ବର୍ଷ, ପିତା -ଏମ୍.ଆପ୍ପା ରାଓ, ଗ୍ରାମ-ଜୟରାମ ଚନ୍ଦ୍ରପୁର, ପିଏସ୍-କାସିବୁଗା, ଜିଲ୍ଲା-ଶ୍ରୀକାକୁଲମ (ଏପି) ଏବଂ ତାଙ୍କ ସହଯୋଗୀ ଅନିଲ କୁମାର ଖଟୁଆଲ ୩୩ ବର୍ଷ ,ପିତା-ଘାସିରାମ ଖଟୁଆଲ, ଗାଁ-ତାଲଗଡା, ପିଏସ୍-କାସିବୁଗା, ଜିଲ୍ଲା-ଶ୍ରୀକାକୁଲମ (ଏପି) ଗାଡ଼ି ଚଳାଉଥିଲେ। ଯାଞ୍ଚ ବେଳେ ଡ୍ରାଇଭର ଏବଂ ମାଲିକ ବାଲି କ୍ରୟ ଓ ପରିବହନର କୌଣସି ବୈଧ ଟ୍ରାଞ୍ଜିଟ୍ ପାସ୍, ୱାଇ-ଫର୍ମ କିମ୍ବା ଆଇନଗତ କାଗଜପତ୍ର ଦେଖାଇ ପାରିନଥିଲେ। ଡ୍ରାଇଭରଙ୍କୁ ପଚରାଉଚରା କରିବାରୁ ପ୍ରକାଶ କରିଥିଲେ ଯେ, ସେ ତାଙ୍କ ଗାଡ଼ି ମାଲିକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଏବଂ ପ୍ରୋତ୍ସାହନରେ ଏକ ସମନ୍ୱିତ ଗୋଷ୍ଠୀର ଅଂଶ ଭାବରେ କାର୍ଯ୍ୟ କରୁଥିଲେ। ମାଲିକ, ଡ୍ରାଇଭର ଏବଂ ଅନ୍ୟାନ୍ୟ ସ୍ଥାନୀୟ ଠିକାଦାରମାନଙ୍କର ନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ଅଭିଯୋଗରେ ଏମାନଙ୍କ ବିରୁଦ୍ଧରେ ଗାରାବନ୍ଧ ଥାନାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କେଶ୍ ନମ୍ବର ୬୫/୧୨/୦୮/୨୦୨୬ ଉପଧାରା ୩୦୩/୧୧୨(୧) ରେ ଓଡ଼ିଶା ଲଘୁ ଖଣିଜ ନିୟମ ୨୦୧୬ ଅଧିନରେ କେଶ ଦରଜ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.