ସାମାଜିକ କଲ୍ୟାଣ ଯୋଜନା ସଚେତନତା ଶିବିର ଅନୁଷ୍ଠିତ।

0

ଗଜପତି,୧୩.୮(ମନୋଜ ପାଢ଼ୀ):– ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ବାଇଝାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ ସାମାଜିକ କଲ୍ୟାଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହ ନାଲସା ସମ୍ବାଦ ଯୋଜନା, ୨୦୨୫ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ, ଗୁମ୍ମା ବ୍ଲକର ବିଡିଓ ଶ୍ରୀ ଦୁଲାରାମ ମାରାଣ୍ଡି, ଗାଇବା ଆଉଟପୋଷ୍ଟର ଏଏସଆଇ ଶ୍ରୀ ସୁରେନ୍ଦ୍ର ସେଠୀ, ବାଇଝାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ନୌଆମା ଗୋମାଙ୍ଗୋ ଏବଂ ସାମାଜିକ କର୍ମୀ ଶ୍ରୀ ଦୟା ପାଲାକା ଉପସ୍ଥିତ ରହି ଶିବିରରେ ସଚେତନ କରାଇଥିଲେ। ଅତିଥି ବୃନ୍ଦ ସରକାରଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଯୋଗ ନେବା ସହିତ ଅବହେଳିତ, ଦୁର୍ବଳ ବର୍ଗ, ଆଦିବାସୀ ଏବଂ ଡିନୋଟିଫାଏଡ୍/ଯାଯାବର ଜନଜାତିଙ୍କ ପାଇଁ ଆଇନଗତ ସହାୟତା ଓ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.