ମୁକ୍ତିର ଆନନ୍ଦ
==========
କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ l
ଫେରିଯାଉଥିଲେ ଘରେ ହରଷିତ ମନେ ll
ମନରେ ସୁଖସ୍ବପନ ଆସି କେତେ କେତେ l
ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll
ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ l
ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ…