ମୋହନା: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଏଭଳି ଘଟଣା ଘଟିଛି। ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଏନେଇ ମୃତକଙ୍କ ଭାଇ ମୋହନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି। ଗତକାଲି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ହାଡୁ ମଲିକ ଏକ ଶାବଳରେ ସ୍ତ୍ରୀସାରୁଗାଳୁକୁ ପିଟି ପିଟି ହତ୍ୟା କରିଥିଲା। ସ୍ଥାନୀୟ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଛି।
Sign in
Sign in
Recover your password.
A password will be e-mailed to you.
Comments are closed.