ଜୟ ମାଆ ଭଦ୍ରକାଳି
ସାଳନ୍ଦୀ ତଟୀନୀ ତଟ ବିହାରିଣୀ l
ମାଆ ଭଦ୍ରକାଳୀ ଅଭୟ ଦାୟିନୀ ll
ଚାରିଭୁଜେ ଶୋହେ ଖଡ଼ଗ ଖର୍ପର l
ଜପାମାଳି ଶିଶୁକୃଷ୍ଣ କୋଳେ ତୋର ll
ପଦ୍ମାସନୀ ମାଆ ବାହନ କେଶରୀ l
ଆମ୍ବା,ଅମ୍ବିକା ମା'ଶଙ୍କରୀ ଗଉରୀ ll
କାଳି, କରାଳିନି,କରାଳ ବଦନୀ l
ଶିବାଶନି ମାଆ ନୃମୁଣ୍ଡ ମାଳିନୀ ll…