ହେ କୃଷ୍ଣ, ହେ ଯାଦବ, ହେ କେଶବ,
ଏ ପରମ୍ପରା ତ ଚାଲିଛି ଚାଲିବ।
ବର୍ଷକରେ ଥରେ, ଜନ୍ମାଷ୍ଟମୀ ଆସିବ,
କିନ୍ତୁ ଆମ ମନରେ କଣ,
ଅଛି ସେହି ସମର୍ପଣ ଭାବ?
ପ୍ରାପ୍ତି ର କାମନା ଏହି ହୃଦୟରେ ଭରି
କରୁଛୁ ପ୍ରାର୍ଥନା ଆମ୍ଭେ ଦୁଇହସ୍ତ ଯୋଡ଼ି,
ସମସ୍ତ ସୌଭାଗ୍ୟ ପ୍ରଭୁ,ଦିଅହେ ଆମ୍ଭଙ୍କୁ,
ତବ ଜନ୍ମଦିନେ ଆମ ମାଗୁଣି ତୁମ୍ଭଙ୍କୁ।
ସମ୍ପଦ ସମୟେ ତୁମେ ମନେ ପଡୁନାହିଁ,
ବିପଦ କାଳରେ ଆମେ ଡାକୁ ତ୍ରାହି ତ୍ରାହି।
ହେ ପୀତବାସ,
ତୁମ ମୁଖେ ଅଛି କିନ୍ତୁ, ସେହି ସ୍ମୀତହାସ୍ୟ,
ଅଭିନେତା ଅଟୁ ଆମ୍ଭେ, ତୁମ୍ଭେ ନିର୍ଦ୍ଦେଶକ,
କିନ୍ତୁ କାହିଁକି,
କାହିଁକି ପ୍ରଭୁ ସୃଷ୍ଟି କଲ ଘରେ ଘରେ କଂସ?
ଉଗ୍ରସେନ ସବୁ ଆଜି,
ଭୋଗୁଛନ୍ତି ଜରାଶ୍ରମେ କାରାବାସ।
ହେ ମଧୁସୂଦନ,
ଯେଉଁ ହସ୍ତ ଦ୍ରୌପଦୀ ଙ୍କୁ କଲା ବସ୍ତ୍ର ଦାନ,
କାହିଁଗଲା ସେହି ହସ୍ତ,
କରିବାକୁ କଂସର ନିଧନ?
ହେ ଚକ୍ରଧର,
ଘରେ ଘରେ ହୁଏ ଆଜି, ଉତ୍ପାତ କଂସର,
ନିଶ୍ଚୟ ହେବ ସମାପ୍ତ, ଅତ୍ୟାଚାର ତାର,
ଚକ୍ର ତୁମ୍ଭ ପରମାଣୁ ଅସ୍ତ୍ରେ ରୂପାନ୍ତର।
ହେ ମାୟାଧର,
ତୁମ୍ଭ ମାୟା କେବଳ ହିଁ ତୁମ୍ଭଙ୍କୁ ଗୋଚର।
ଇଶାଣୀବ୍ରହ୍ମପୁର, କଟକ ।
Comments are closed.