ଭୁବନେଶ୍ୱର : ଉପକୂଳରେ ବର୍ଷା ସହ ଗୁଳୁଗୁଳି, ପଶ୍ଚମିରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ଅନୁମାନ କରାଯାଇଛି।
ତେବେ ଆସନ୍ତା କାଲି ଠାରୁ ୪ ଦିନ ଯାଏଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସେପଟେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲେ ହେଁ ସାରା ଓଡ଼ିଶାକୁ ଅଗ୍ରସର ହେବାକୁ ଆହୁରି ୧୦ ଦିନ ଲାଗିବ। ତେବେ ଜୁନ ୨୧ରୁ ବଙ୍ଗୋପ ସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।