ରଜ ପାଇଁ ସଜ ଗୀତ
===========
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆଜି ଟି ପହିଲି ରଜ ll
ରଜଦୋଳି କଟ ମଟ,
ଭାଇନା ମୁଣ୍ଡରେ ସୁନା ମୁକୁଟ,
ଦିଶୁଥାଇ ଝଟ ଝଟ ll
ପଟା ଝୁଲି ତଳେ ଭାଲୁ,
ହଳଦୀ ବାଟିଲୁ କାହାକୁ ଦେଲୁ,
ପୁଅକୁ ନୁଖୁରା କଲୁ ll
ଦୋଳି ଉଡ଼େ ସାଇଁ ସାଇଁ,
ଦୋଳ ବିମାନରେ କଳା କହ୍ନାଇ,
ସାଥିରେ ରାଧିକା ମାଇଁ ll
ପାଚିଲା ବଇଁଚ କୋଳି,
କାଳିଆ ଗଳାରେ ଗୁଞ୍ଜରା ମାଳି,
ଝୁଲାଅ ବରଜ ବାଳୀ ll
ରସିକ ନାଗର ଟୋକା,
କାହ୍ନୁ ଛାଡ଼ିଗଲେ ଗୋପେ ରାଧିକା,
ଝୁରି ଝୁରି ହେଲେ ବଙ୍କା ll
ହାତୀ ବୁଲୁଥାଇ ବଣେ,
ବନ ପୋଡ଼ିଗଲେ ଦୁନିଆ ଜାଣେ,
ମନପୋଡ଼ି କିଏ ଜାଣେ ll
ଶଙ୍ଖ ମଲମଲ ଗିନା,
ଦରଦ ଜାଣେଟି ଦରଦୀ ସିନା ,
ସେ ପରା କାଳିଆ ସୁନା ll
ଛତରା ବଜାର ହାଟ,
ଛକି ବସି ଥିବ ନନ୍ଦଙ୍କ ଚାଟ,
ଛଟକେ ମାଗିବ ଘାଟ ll
କେଲା ମଞ୍ଜା କଲି ରାଇ,
କିସ ନକଲେ ସେ କଳା କହ୍ନାଇ,
ସରବେ ଖୋଳିଲେ ଗୋଇ ll
କଦମ୍ବ ଗଛର ଛାଇ,
ମଥୁରାକୁ ଗଲେ କଳା କହ୍ନାଇ,
ଗୋପକୁ ଫେରିଲେ ନାହିଁ ll
ପିଢ଼ାରେ ପାରିଲି ଘଷି,
କିମ୍ପାଇଁ ଷୋଡ଼ଶୀ ବସିଛି ରୁଷି,
ଫୁଲଶେଜ ହେଲା ବାସି ll
କଳାଚାନ୍ଦ ନୀଳ ଗିରି,
ଦୁବକୁ ଦାରୁ ସେ ପାରନ୍ତି କରି,
ପଙ୍ଗୁ ଲଂଘିପାରେ ଗିରି ll
ନଈରେ ମାତେ ବାଳିଆ
ଶ୍ରୀମନ୍ଦିରେ ବିଜେ ଜାଗା କାଳିଆ,
ମୋହର ଭଙ୍ଗା ଚାଳିଆ ll
ଜଗତ କାଳିଆ ସୃଷ୍ଟି,
ପତିତପାବନେ ପଡ଼ିଲା ଗଣ୍ଠି,
ଭଗତେ ରହିଲେ ଚିନ୍ତି ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ଭୁବନେଶ୍ୱର
ମୋ-7693091971
Sign in
Sign in
Recover your password.
A password will be e-mailed to you.
Next Post
Comments are closed.