ରଜ ମଉଜ

ଅମରନାଥ ବାରିକ୍

0

ରଜ ମଉଜ

ବରଷକେ ଥରେ ରଜ
ଗଣପର୍ବ ଆମ ଗଲାଣି ହେଜ
ମୋ ବଉଳ ଲୋ…
କାହିଁ ହଜିଗଲା ସେ ମଉଜ
ବଉଳ ଲୋ…(୦)

ବାସୁନାହିଁ ପିଠା ପଣା ଘରେ
ଶୂନ୍ୟରେ ଶୂନ୍ୟରେ ମଣିଷ ମରେ
ମୋ ବଉଳ ଲୋ…
ଚାଲ କାରଣ ଖୋଜିବା ଥରେ
ବଉଳ ଲୋ…(୧)

ଆଉ ନାହିଁ ଗଛ ଡ଼ାଳ
ଦୋଳି ଲଗେଇବା ହୋଇଲା କାଳ
ମୋ ବଉଳ ଲୋ…
ମହୀ ହୋଇଗଲା ଟଳମଳ
ବଉଳ ଲୋ…(୨)

ବନ କାଟି କରୁଛି ଟାଙ୍ଗରା
କଳିଯୁଗ ଏହି ମଣିଷ ପରା
ମୋ ବଉଳ ଲୋ…
ଜରାଜୀର୍ଣ୍ଣ ହୋଇଯାଏ ଧରା
ବଉଳ ଲୋ…(୩)

ବନ୍ୟା ବାତ୍ୟା ଯେତେ ଆସି
ମହାମାରୀ ସଙ୍ଗେ ଦେଉଛି ଗ୍ରାସି
ମୋ ବଉଳ ଲୋ…
ଜନ ଜୀବନ ଯାଉଛି ଭାସି
ବଉଳ ଲୋ…(୪)

ଯଦି ନବୁଝିବେ ଜନେ
ପଡ଼ିଯିବ ହାହାକାରଟି ଦିନେ
ମୋ ବଉଳ ଲୋ…
ଆଉ ମିଳିବନି ରାହା ଆନେ
ବଉଳ ଲୋ…(୫)

ବୈଶାଖେ ଲାଗିବ ଜାଡ଼
ପଉଷ ମାଘରେ ଉତ୍ତାପ ବଡ଼
ମୋ ବଉଳ ଲୋ…
ମାସ ମାସ ଧରି ହେବ ଝଡ଼
ବଉଳ ଲୋ…(୬)

ନଈରେ ନଥିବ ଜଳ
ଜମି ପଡ଼ିଆଟି ନହେବ ହଳ
ମୋ ବଉଳ ଲୋ…
ଖାଦ୍ୟ ଜଳ ପାଇଁ ହେବ କାଳ
ବଉଳ ଲୋ…(୭)

ବେଳ ଥାଉ ବୁଝରେ ମାନସ
ମହାପ୍ରଳୟ ହେବନି ଅବଶ୍ୟ
ମୋ ବଉଳ ଲୋ…
ସରା ନମଣ ଧରାକୁ ମନୁଷ୍ୟ
ବଉଳ ଲୋ…(୮)

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Leave A Reply

Your email address will not be published.