ତୁମ ପ୍ରତିକ୍ଷାରେ

ଅମରନାଥ ବାରିକ୍

0

ତୁମ ପ୍ରତିକ୍ଷାରେ

ମନକୁ କରିଛି ଗୋପ ବୃନ୍ଦାବନ
ହୃଦୟକୁ କରି କାଶି ।
ନୀଳ ମାଧବ ହେ କେବେ ଯେ ଆସିବ
ଚାହିଁଛି ତୁମକୁ ବସି ।।

ଆଦରି ରଖିଛି ଏ ପାପି ପ୍ରାଣକୁ
ତୁମକୁ ତ ଦେବାପାଇଁ ।
ଦୁଃଖୀ ମଣିଷଟେ ଅଭାବରେ ଅଛି
ଦେବାପାଇଁ କିଛି ନାହିଁ ।।

ଜନମ ମରଣ ମଝିରେ ନିଶ୍ୱାସ
ଚାଲୁଛି ତୁମରି ପାଇଁ ।
ନିଶ୍ୱାସ ଉଡିଲେ ପରଲୋକ ହେବି
ଛାଡି ଏ ଜଗତ ଭୂଇଁ ।।

ତୁମ ପ୍ରତିକ୍ଷାରେ ସରିଯାଉ ଦିନ
ତୁମ ପୂଜାର୍ଚ୍ଚନା କରି ।
ତୁମ ପାଦେ ପ୍ରଭୁ କରିଦିଅ ଲୀନ
ତୁମ ପାଦ ରେଣୁ କରି ।।

କଇଁଭଳି ସ୍ୱଚ୍ଛ ମନ ମୋର ହେଉ
ସହିବା ଶକତି ଟାଣ ।
ଏତିକି ପ୍ରାଥନା ଆହେ ମହାବାହୁ
ଗାଇ ସରୁ ତୁମ ଗୁଣ ।।

ଅଳ୍ପ ନୁହେଁ ଏବେ ମିଳିଛି ସମୟ
ଜପାମାଳି କରିନେବି ।
ପ୍ରଭୁପାଦେ ମନ କରି ବିନିମୟ
ଜୀବନ ବିତାଇ ଦେବି ।।

ଯିବ ଗଲାବେଳେ ମୁଁ ଅଧମ ପାପି
ତୁମ ପ୍ରତିକ୍ଷାରେ ଥିବି ।
ଧନ୍ୟବାଦ ଦେବି ହେ ଜଗା କାଳିଆ
ଶେଷ ଦର୍ଶନ ପାଇବି ।।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ

Leave A Reply

Your email address will not be published.