ସ୍ୱାଧିନତାର ୮୫ ବର୍ଷ ପରେ ବି ପକ୍କା ରାସ୍ତାଟିଏ ନ ଥିବାରୁ ଇଂଲିଶପେଣ୍ଠ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ।

ଗଜପତି,୫.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ବଡଗୋଷାଣି ପଞ୍ଚାୟତର ଇଂଲିଶପେଣ୍ଠ ଏକ ପୁରାତନ ରାଜସ୍ୱ ଗ୍ରାମ ଅଟେ। ଇତିହାସ ଅନୁଯାୟୀ ଇଂରେଜ ଶାସନ କାଳରେ ଏହି ଅଞ୍ଚଳରେ ବ୍ରିଟିଶ ମାନେ ରହୁଥିବା ଯୋଗୁଁ ଏହି ଗ୍ରାମର ନାମକରଣ ‘ଇଂଲିଶପେଣ୍ଠ’ ହୋଇଥିବା କୁହାଯାଏ।…

ଉପଲଡ଼ା ଶ୍ରୀ ରାଧାକାନ୍ତ ମଠରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ।

ଗଜପତି,5.9(ମନୋଜ ପାଢୀ) :- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉପଲଡ଼ାସ୍ଥିତ ଶ୍ରୀ ରାଧାକାନ୍ତ ମଠରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।ବାଘଶାଳା ମଠର ମହନ୍ତ ଶ୍ରୀ ଗୋପାଳ କୃଷ୍ଣ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଉପଲଡ଼ା ସଂକୀର୍ତ୍ତନ ମଣ୍ଡଳୀର…

CISCE ଜାତୀୟ ଯୋଗ ୨୦୨୬ରେ ଟିମ୍ ପଶ୍ଚିମବଙ୍ଗର ଚମତ୍କାର ପ୍ରଦର୍ଶନ, ୧୧ ପଦକ ହାସଲ

କୋଲକାତା (୫/୯): CISCE ଜାତୀୟ ଯୋଗାସନ ଚାମ୍ପିଅନଶିପ୍ ୨୦୨୬ (ବାଳିକା)ରେ ଟିମ୍ ପଶ୍ଚିମବଙ୍ଗ ଚମତ୍କାର ପ୍ରଦର୍ଶନ କରି ମୋଟ ୧୧ଟି ପଦକ ହାସଲ କରିଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି। ଯୁବ ଯୋଗାସନ କ୍ରୀଡ଼ାବିତ୍‌ମାନଙ୍କର ଏହି ଉଲ୍ଲେଖନୀୟ ସଫଳତା…

ନିଆରା ଢଙ୍ଗରେ ଗୁରୁଦିବସ ପାଳିତ

ନୟାଗଡ଼ (୫/୯): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଆଜି ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଛି।ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ଗୋପାଳ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବରେ ମନୋଜିନୀ ସେନାପତି…

ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ଶୋକ: ପ୍ରଧାନମନ୍ତ୍ରୀ ମୋଦୀ ଓ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଲକାତା: ବିବେକାନନ୍ଦ କେନ୍ଦ୍ର (କନ୍ୟାକୁମାରୀ)ର ପୂର୍ବତନ ଅଖିଳ ଭାରତୀୟ ଅଧ୍ୟକ୍ଷ ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ବାଲକୃଷ୍ଣନଙ୍କ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ସମାଜସେବା ଓ ଉତ୍ତର-ପୂର୍ବ ଭାରତ…

ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର ।

ଗଜପତି 4/9(ମନୋଜ ପାଢ଼ୀ):ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ତତକାଳୀନ କ୍ୟାସିୟରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ୩୧ ଲକ୍ଷ ଟଙ୍କାର ବଡ଼ ଠକେଇ ହୋଇଥିଲା । ଏହି ଠକେଇ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ ।

ଗଜପତି,4.9(ମନୋଜ ପାଢୀ):- ଆର୍ଥିକ ଅନିୟମିତତା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ଦାୟର ହୋଇଥିବା କେସ୍ ନଂ-୦୨/୨୦୨୬ର ଅଧିକ ତଦନ୍ତ କରି ଆଜି ତା.୦୪.୦୯.୨୦୨୬ରେ ପୋଲିସ କାଳୀ ପ୍ରସାଦ ପଣ୍ଡିତ (୫୪), ଭିକ୍ଟୋରୀ କଲୋନୀ, ପାରଳାଖେମୁଣ୍ଡି, ଅଶୋକ କୁମାର ମହାରଣା (୩୭), ରାଜଦାଣ୍ଡ ସାହି,…

ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ବେଳେ ଗଜପତିରେ ଜଳାଭାବ

ଗଜପତି, 4/9(ମନୋଜ ପାଢ଼ୀ):ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ଦେଖା ଦେଇଥିବା ବେଳେ ଗଜପତିରେ ଜଳାଭାବ ଦେଖା ଦେଇଛି । ଗଜପତି ଜିଲ୍ଲାର ସମ୍ବଲପୁର ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ଯାଜପୁର ଗ୍ରାମରେ ବର୍ତ୍ତମାନ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି…