ଆସୁଛନ୍ତି ମହାକାଳି
ଆସୁଛନ୍ତି ମହାକାଳି କରାଳ ଵଦନୀ l
ଶ୍ୟାମଅଙ୍ଗୀ ଜଗତର ତମ ବିନାଶିନୀ ll
ଚତୁର୍ଭୁଜା ଦୟାମୟୀ ବିପୁଳା ଦଶନୀ l
ଚଉଦ ଭୁବନେ ପୂଜ୍ୟା ଜଗତ ଜନନୀ ll
ସଙ୍କଟା ବିକଟା ମାତ ଦେବୀ ମହୋତ୍କଟା l
ଲହ ଲହ ଜିହ୍ଵା ତାଙ୍କ ସିନ୍ଦୁରର ଚିତା ll
ନୃମୁଣ୍ଡ ମାଳିନୀ ମାତା ହସ୍ତେ ଛିନ୍ନମୁଣ୍ଡ l…