ବିଦେଶାଗତ ପକ୍ଷୀଙ୍କ ମହାନଦୀ ମୁଁହା

ବୌଦ୍ଧ : ବୌଦ୍ଧ ଜିଲ୍ଲା କୁ ପ୍ରକୃତିର ବରଦାନ ଅପାର! ଜିଲ୍ଲାରେ ପ୍ରବାହିତ ମହାନଦୀର ବିସ୍ତିର୍ଣ୍ଣ ଜଳରାଶି ଏବଂ ନଦୀର ମାଛ ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ବୌଦ୍ଧ ଆସିବା ପାଇଁ ଆନମନା କରେ । ଶୀତ ଆରମ୍ଭ ହେବା ମାତ୍ରକେ ହଜାର ହଜାର କିଲୋମିଟର ଦୂରରୁ ଏଠାକୁ ଚାଲି ଆସନ୍ତି ବିଭିନ୍ନ ପ୍ରଜାତିର ବିରଳ ପକ୍ଷୀ । ମହାନଦୀ ର ବୌଦ୍ଧ ସହରଠୁ ଆରମ୍ଭ କରି  ବିଭିନ୍ନ ଟାପୁ ଏବଂ ସତକୋଶିଆ ଗଣ୍ଡ ପର୍ଯ୍ୟନ୍ତ ଦେଖାଯାନ୍ତି ଜାତି ଜାତିର ପକ୍ଷୀ । ନୂଆ ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଆସି ଅତି ଆନନ୍ଦରେ ମହାନଦୀକୁ ଘର କରି ନିଅନ୍ତି । ତେବେ ଶୀତର ପ୍ରକୋପ ଯେତିକି ବଢେ, ମହାନଦୀରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ସେତିକି ବୃଦ୍ଧି ପାଏ । ସାତ ଦରିଆ ତେର ନଈ ପାରି ହୋଇ ସୁଦୂର ସାଇବେରିଆ, ଆମେରିକା, ମାଙ୍ଗୋଲିଆ ଆଦି ସ୍ଥାନରୁ ଉଡି ଆସି ବୌଦ୍ଧ ମହାନଦୀକୁ ଏମାନେ ଆପଣାର କରି ନିଅନ୍ତି ।

Comments are closed.