ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା I

ଭୁବନେଶ୍ୱର :  ଅIନ୍ତର୍ଜାତୀୟ ପାର୍ଲିଆମେଣ୍ଟାରୀ ସଙ୍ଗଠନ (ଆଇ ପି ୟୁ) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇ ଭାରତକୁ ଗୌରବାନ୍ଵିତ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି I ବିମାନବନ୍ଦର ପରିସରରେ ପ୍ରାୟ ବାର ହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ I ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବ୍ୟତୀତ ପ୍ରାୟ ୧୫ରୁ ଉର୍ଦ୍ଧ ଜିଲ୍ଲାରୁ ଶୁଭେଚ୍ଛୁ ମାନେ ଆଜି ସକାଳୁ ଦୀର୍ଘ ସମୟ ଧରି ତାଙ୍କ ଅପେକ୍ଷାରେ ଥିଲେ I ଖୋର୍ଦ୍ଧା ଓ ଢେଙ୍କାନାଳ  ପାଇକ ଆଖଡ଼ା, ଘଣ୍ଟ କୀର୍ତ୍ତନ , ବାଜା-ମାଦଳ , ନୃତ୍ୟ, ମୟୁରଭଞ୍ଜ ଛଉ ଓ ଆଦିବାସୀ ନୃତ୍ୟ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା I ଜାତୀୟ ପତାକା ଓ ଦଳୀୟ ପତାକା ସହ ଅପରାଜିତା ଆମର ନେତା – ଆମର ଶକ୍ତି ଅପରାଜିତା ଓ ଜିନ୍ଦାବାଦ ଜିନ୍ଦାବାଦ ଧ୍ୱନୀ ରେ ଗଗନ ଓ ପବନ ପ୍ରକମ୍ପିତ ହୋଇଯାଇଥିଲା I

ହଜାର ହଜାର  ଜନତା ତାଙ୍କୁ ଶୋଭାଯାତ୍ରାରେ ବିମାନ ବନ୍ଦର  ଠାରୁ  ପ୍ରାୟ  ୩ କିମି ଦୂର ପଳାଶପଲ୍ଲୀ ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ I ବିମାନ ବନ୍ଦର ଠାରେ ଗଣ  ମାଧ୍ୟମ ର ପ୍ରତିନିଧି ମାନଙ୍କୁ ଭାବବିହ୍ୱଳ ହୋଇ କହିଥିଲେ, ମର୍ଯ୍ୟାଦା ସମ୍ପନ୍ନ ଅନ୍ତର୍ଜାତୀୟ ପାର୍ଲିଆମେଣ୍ଟାରୀ ସଂଗଠନରେ କାର୍ଯ୍ୟନିଵାହୀ କମିଟିରେ ସଦସ୍ୟ ଭାବେ ବିଜୟ ଲାଭର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କୁ ଦେଇଥିଲେ I ଓଡିଶାର ଜନ ସାଧାରଣଙ୍କ ସ୍ନେହ ଓ ଭଲ ପାଇବା ତାଙ୍କୁ ଆଜି ଏଭଳି ଅନ୍ତର୍ଜାତୀୟ ସମ୍ମାନ ରେ ସମ୍ମାନିତ ହେବାରେ ଉତ୍ସାହିତ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ I ବିଶ୍ୱ ଶାନ୍ତି, ଗଣତନ୍ତ୍ର କୁ ସୁଦୃଢ କରିବା ଓ ସମନ୍ୱିତ ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ସହଯୋଗ ଆସନ୍ତା ଦିନରେ ରହିବ ବୋଲି ପ୍ରକାଶ କରିଥିଲେ I ଆଜି ବିଶାଳ ଜନ ସମାଗମ ସୂଚେଇ ଦେଉଛି, ଅପରାଜିତା ଷଡ଼ଙ୍ଗୀ ଓଡିଶାରେ କେତେ ଲୋକପ୍ରିୟ ଓ ଲୋକଙ୍କ ସହିତ କେତେ ସେ ଯୋଡି ହୋଇ ରହିଛନ୍ତି

Comments are closed.