ବିଷମକଟକ ବିଧାନସଭା ମଣ୍ଡଳୀରେ ଆପ୍ ର କାର୍ଯ୍ଯକର୍ତ୍ତା ସମ୍ମିଳନୀ

ବିଷମକଟକ/ ରାୟଗଡ଼ :- ସ୍ଥାନିୟ PWD ଡାକ ବଙ୍ଗଳା ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆପ୍ ର ରାଷ୍ଟ୍ରିୟ ବା ଜାତିୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି,ପାଣି,ରୋଜଗାର ଦେଶର ରାଜଧାନୀ ଦିଲ୍ଲୀରେ ତିନି ତିନି ଥର ସଫଳତା ପାଇ ସରକାର ଗଠନ କଲା ପରେ । ବର୍ତ୍ତମାନ ପଞ୍ଜାବ ରେ ଆପ୍ ଦଳ ସରକାର ଗଠନ କରିଛି। ଏବେ ଗୁଜୁରାଟ ରେ ଆପ୍ ତାର ସ୍ଥତି ଜାହିରି କରିବା ପାଇଁ ଅଣ୍ଟା ଭିଡୁଛି। ସେହିଭଳି ଆମ ଓଡିଶାରେ କେଜରିୱାଲ ଙ୍କ ଦିଲ୍ଲୀ ମଡେଲ ରାଜ୍ଯ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଙ୍କ ମାଧ୍ୟମ ରେ ସାରା ଓଡିଶାରେ  ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି,ପାଣିଓ ରୋଜଗାର ର ରାଜନୀତି କୁ ରାୟଗଡା ଜିଲ୍ଲାରେ ପ୍ରତେକ ବିଧାନସଭା ଏବଂ ବ୍ଲକ୍, ପଞ୍ଚାୟତ, ଗାଁ କୁ ପହଞ୍ଚାଇ ବା ପାଇଁ ରାୟଗଡା ଆପ୍ ର ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସ୍ବାଇଁ( ରାଜ୍ଯ ସଂପାଦକ ତଥା ମୁଖପାତ୍ର, ଓଡିଶା )  ସଙ୍ଗଠନ କାମ ଆରମ୍ଭ କରିଛନ୍ତି। ଆଜି ବିଷମକଟକ ବିଧାନସଭା ବୌଠକ ରେ ଶ୍ରୀ ସ୍ବାଇଁ ବିଜେଡି ର 23 ବର୍ଷ ର ଶାସନରେ ଏବେ ମଧ୍ଯ ବିଷମକଟକ ର ଅନେକ ଗାଁ କୁ ରାସ୍ତା, ପାଣୀ। ପହଞ୍ଚିନାହିଁ କହିଥିଲେ। ଦେଶ  ସ୍ବାଧୀନ ହୋଇ 75  ବର୍ଷ ହେଲେ ମଧ୍ଯ  ଆଜି ବି ପ୍ରସବକାଳୀନ ସମୟରେ ଗର୍ଭବତୀ ମହିଳାମାନେ  କିପରି   ଖଟରେ ବୁହା  ହୋଇ ଚିକିତ୍ସାଳୟ ଯାଆନ୍ତୀ। ବା ରାସ୍ତାରେ  ପ୍ରସବ କରାନ୍ତୀ ତାହା ବଖାଣୀ ଥିଲେ। ଶ୍ରୀ ସ୍ବାଇଁ ଆହୁରି ମଧ୍ଯ  ଙକହିଥିଲେ ଓଡିଶାରେ।ବିଜୁଳି  ଉପ୍ତାଦନ  ହୋଇ ମଧ୍ଯ  କିପରି ଟାଟା କମ୍ପାନୀ ଏବଂ ବିଜେଡି ସରକାର ଙ୍କ ମଧୁଚନ୍ଦ୍ରିକା ରଚାଇ  ଜନାତାଙ୍କୁ ଲୁଟ୍ କରୁଛନ୍ତି। କହିଥିଲେ। ସେହି ଟାଟା କମ୍ପାନୀ  ଦିଲ୍ଲୀ ରେ ଆପ୍ ସରକାରଙ୍କ ନିଦ୍ଦେର୍ଶ ରେ 200 ୟୁନିଟ୍ ଏବଂ ପଞ୍ଜାବ ରେ 300 ୟୁନିଟ୍ ବିଜୁଳି ସମ୍ପର୍ଣ୍ଣ ମାଗଣା ଜନତାଙ୍କୁ କିପରି ଦେଉଛି। ତାହା ଓଡିଶାରେ ପ୍ରତେକ ପରିବାରକୁ ମିଳିବା ଦାବୀ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ବିଷମକଟକ ବ୍ଲକର ଚାଟିକଣା ର ଟାଣୁଆ ଆପ୍ ନେତା ଶ୍ରୀଯୁକ୍ତ ମହମ୍ମଦ୍ ଇସ୍ ମାଇଲ୍ ଏବଂ କଲ୍ୟାଣୀ ସିଙ୍ଗିପୁର ର  ଆପ୍ ନେତା ସନ୍ତୋଷ କୁମାର କିର୍ତ୍ତୀ,  ମୁନିଗଡା  ଶ୍ରୀଯୁକ୍ତ    କମଲ ଅଗ୍ରୱାଲ୍, ଜାମିନି ବେହେରା। ଥେରୁବାଲୀ  ପାଇକପଡା ର ରମେଶ ପାତ୍ର ଏବଂ ଅନ୍ଯ ସାଥୀ ମାନେ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।।ଏହି  କାର୍ଯ୍ୟକ୍ରମ ରେ ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି  ଶ୍ରୀମତୀ ବିଷ୍ଣୁପ୍ରିୟା ଝଡିଆ, ରାୟଗଡା ପୌରପାଳିକା ର ସଙ୍ଗଠକ ଶ୍ରୀଯୁକ୍ତ ମଧୁସୂଦନ ପାଣିଗ୍ରାହୀ, ଯୁବକ ସଙ୍ଗଠକ  ସନ୍ତୋଷ ପାଇକ,  ହେମନ୍ତ  ଖୋସଲା, ଏମ୍  ଜଗଦିସ୍, ଶେଖ୍ ଖଲିଲ୍ ଅନ୍ଯ ସାଥୀ ମାନେ ଯୋଗ ଦେଇଥିଲେ

Comments are closed.