ଆପଣଙ୍କୁ ଭାତ ଖାଇବା ଅଧିକ ପସନ୍ଦ କି ? ଜାଣି ରଖନ୍ତୁ

ଭାତ, ଡାଲି , ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଏ । ମୁଖ୍ୟତଃ ଏହି ୪ଟି ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ । ଅଧିକାଂଶ ଲୋକେ ଭାତ ଖାଇବାକୁ ଦିନରେ ହିଁ ପସନ୍ଦ କରିଥାଆନ୍ତି । ମାତ୍ର କିଛି ଲୋକଙ୍କୁ ଦିନ ଓ ରାତି ଉଭୟ ସମୟରେ ଭାତ ଖାଇବାକୁ ପସନ୍ଦ କରିଥାଆନ୍ତି । ଭାତ ଖାଦ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ଭାତ ବିନା ଖାଦ୍ୟ ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ ଲାଗିନଥାଏ । ଭାତରେ କାର୍ବୋହାଇଡ୍ରେଟ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଏହା ସହଜରେ ପ୍ରସ୍ତୁତ ମଧ୍ୟ ହୋଇଥାଏ । ମାତ୍ର ଅଧିକ ପରିମାଣରେ ଭାତ ଖାଉଥିଲେ, ଶରୀରରେ ଅନେକ ପ୍ରଭାବ ପକାଇଥାଏ । ଜାଣନ୍ତୁ ଭାତ ଖାଇବାର ସଠିକ ନିୟମ ବିଷୟରେ..
ଯେଉଁ ମାନଙ୍କର ହଜମ ଶକ୍ତି ଦୁର୍ବଳ କିମ୍ବା ପେଟ ଜନିତ ସମସ୍ୟା ଲାଗି ରହିଥାଏ, ଡାକ୍ତର ସେମାନଙ୍କୁ ଖେଚେଡି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।
ଉପକାରୀ ଗୁଣ ଥିବା ସତ୍ତେ୍ୱ ଅତ୍ୟଧିକ ପରିମାଣରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଅନେକ ରୋଗର କାରଣ ପାଲଟିଥାଏ । କେଉଁ ମାନେ ବିଶେଷ କରି କମ୍‍ ପରିମାଣରେ ଭାତ ଖାଇବା ଉଚିତ ଜାଣନ୍ତୁ..
ଯେଉଁମାନଙ୍କୁ ଭାତ ଖାଇବା ଅଧିକ ପସନ୍ଦ ସେମାନେ ପନିପରିବା, ଫଳ, ଡ୍ରାଏ ଫ୍ରୁଟ୍ସ ଆଦି ଖୁବ କମ ମାତ୍ରାରେ ଖାଇଥାଆନ୍ତି । ଅଧିକ ଭାତ ଖାଇବା ପରେ ଏସବୁ ଜିନିଷର କମ ସେବନ ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରିନଥାଏ । ଅଧିକ ଭାତ ଖାଇବା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ । ଫଳରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।
ଅଧିକ ଭାତ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ । ମଧୁମେହ ରୋଗୀ ମଧ୍ୟ ଖୁବ କମ୍‍ ପରିମାଣରେ ଭାତରେ ସେବନ କରିବା ଉଚିତ । ଅଧିକ ଭାତ ଖାଇବା ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିଥାଏ ।
ଅଧିକ ଭାତ ଖାଇବା ଦ୍ୱାରା ମେଟାବୋଲିଜିୟମ ଜନିତ ସମସ୍ୟା ହୋଇଥାଏ । ଓଜନ ବୃଦ୍ଧିର କାରଣ ପାଲଟିବା ଫଳରେ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍‍, ଫ୍ୟାଟ୍‍ ଆଦି ସମସ୍ୟାକୁ ବୃଦ୍ଧି କରିଥାଏ । ଯେଉଁମାନେ ଏହି ସମସ୍ତ ରୋଗରେ ପୀଡ଼ିତ ସେମାନେ ଖୁବ କମ ପରିମାଣରେ ଭାତ ସେବନ କରିବା ଉଚିତ । ଗୋଟିଏ ସମୟରେ ଭୋଜନରେ ଅଳ୍ପ ପରିମାଣର ଭାତର ସେବନ କରିପାରିବେ ।

ଯେଉଁ ଖାଦ୍ୟଦ୍ରବ୍ୟରେ କାବ୍ରୋହାଇଡ଼୍ରେଡ଼ ଅଧିକ ପରିମାଣରେ ଥାଏ, ତାହାକୁ ରାତିରେ  ଖାଇବା ଦ୍ୱାରା ମୋଟା ହେବା ସହ ପେଟ ବଢିଥାଏ। ତେଣୁ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ସହ ପେଟ ବଢିଥାଏ।

Comments are closed.