ଅଭିନେତାରୁ ପ୍ରଯୋଜକ ସାଜିଲେ ମନୁ ଦ୍ବିବେଦୀ

ଅଭିନେତାରୁ ପରୋକ୍ଷ ଭାବେ ପ୍ରଯୋଜକ ସାଜିଛନ୍ତି ମନୁ ଦ୍ବିବେଦୀ। ଅତୀତରେ ‘ଦାଦା‌ଗିରି’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ଚକୋଲେଟ୍ ହିରୋ ସାଜିଥିବା ମନୁ ବହୁଦିନର ବ୍ୟବଧାନ ପରେ ‘ଡନ୍’ ଓ ‘ଏ ମନ ମାନେନା’ରେ ମଧ୍ୟ ଅଭିନୟ କରିଛନ୍ତି। ଏବେ କିନ୍ତୁ ସେ ପ୍ରଯୋଜନା କ୍ଷେତ୍ରକୁ ପାଦ ବଢ଼ାଇଛନ୍ତି। ତାଙ୍କ ପରିକଳ୍ପିତ ଏବଂ ବାସ୍ତବ କାହାଣୀ ଆଧାରିତ ଚଳଚ୍ଚିତ୍ରର ନାମ ରହିଛି ‘ଏମ୍‌ଭି ୭୯’। ଅଭିନେତା ବିଶ୍ବରୂପ ଏଥିରେ ନେଇଛନ୍ତି ନୂଆ ଅବତାର। ଐତିହାସିକ କାହାଣୀ ‘ଜୟୀ ରାଜଗୁରୁ’ରେ ସେ ନାୟକ ସାଜିଛନ୍ତି।

ଚଳଚ୍ଚିତ୍ରଟି ନିର୍ମାଣ ସରିଛି, ନିକଟ ଭବିଷ୍ୟତରେ ଏହା ମୁକ୍ତିଲାଭ କରିବ। ନୂଆ ଚଳଚ୍ଚିତ୍ର ‘ଏମ୍‌ଭି ୭୯’ରେ ସେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ୍ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଏହା ଓଡ଼ିଶାର ମାଲକାନଗିରି ଭିଲେଜ ନଂ ଏମ୍‌ଭି-୭୯ ନାମରେ ନାମିତ ହୋଇଛି। ଜଣେ ଗଞ୍ଜେଇ ମାଫିଆଙ୍କ ସହ ତାଙ୍କ ଭଉଣୀର ଛକାପଞ୍ଝା ଚାଲିଛି। ବାପା କୌରବ ପଟ୍ଟନାୟକ ଓ ପୁଅ ହେଉଛନ୍ତି ପାଣ୍ଡବ ପଟ୍ଟନାୟକ। ଏଥିରେ ନାୟକଙ୍କ ମୂଳମନ୍ତ୍ର ହେଉଛି ଶଙ୍କରାଚାର୍ଯ୍ୟ ରଚନା କରିଥିବା ‘ଭବାନୀ ‌ଅଷ୍ଟକମ୍‌’ରେ ଥିବା ‘ପ୍ରଜେଶମ୍ ରମେଶମ୍ ମହେଶମ୍ ସୁରେଶମ୍, ଦୀନେଶମ୍, ନିଶି ‌ଭେଶ୍ବରମ୍, ନ ଜାନାମି ଚାନ୍ୟତ ସଦାହମ୍ ଶରଣ୍ୟେ ଗତିସ୍ତ୍ବମ୍ ଗତିସ୍ତ୍ବମ୍ ତ୍ବମ୍‌ଏକା ଭବାନୀ’। ତାଙ୍କୁ ଜଣେ ବାଂଲାଦେଶୀ ରିଫ୍ୟୁଜି ଭୂମିକାରେ ଦେଖିବାକୁ ମିଳିବ।

କାହାଣୀ ପରିକଳ୍ପନା ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ନିଜେ ବିଶ୍ବରୂପ। ଯୁବ ପ୍ରଯୋଜକ ଏ କେ ଦ୍ବିବେଦୀ ଏହାର ପ୍ରଯୋଜନା କରୁଛନ୍ତି। ସଙ୍ଗୀତ ସଜାଇବେ ଶାନ୍ତନୁ ନାୟକ। ଏଥିରେ ରାନୁ ପାଢ଼ୀ ଓ ଅମନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Comments are closed.