ଦ୍ବିତୀୟ ଦିନରେ ୮୩ କୋଟିରୁ ଅଧିକ ଟଙ୍କା ଆୟ’ଗଦର-୨’

  • ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ର ସଫଳତା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଥମ ଦିନରେ ୪୦ କୋଟି ଉପରେ ରୋଜଗାର କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ଅପେକ୍ଷା ଦିତୀୟ ଦିନରେ ଭଲ ରୋଜଗାର କରିଛି ’ଗଦର-୨’ । ୪୩ରୁ ୪୪ କୋଟି ଟଙ୍କାର ଆଦାୟ ହୋଇଥିବା ସୂଚନା ମିଳିଛି । ଦୁଇଦିନରେ ୮୩ କୋଟିରୁ ଅଧିକ ଟଙ୍କା ଆୟ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଚଳିତବର୍ଷ ରିଲିଜର ଦ୍ବିତୀୟ ବୃହତମ ଚଳଚ୍ଚିତ୍ର । ଫିଲ୍ମର ବଜେଟ୍ ୮୦ କୋଟି ହୋଇଥିବାବେଳେ ଦୁଇଦିନରେ ଏହାଠାରୁ ଅଧିକ ରୋଜଗାର ହୋଇସାରିଲାଣି । ୨ଦିନର ରୋଜଗାର ସହ ଏହା ସନ୍ନି ଦେଓଲଙ୍କ କ୍ୟାରିୟରର ବଡ଼ ସିନେମା ହୋଇପାରିଛି । ୨୦୦୧ ମସିହାରେ ଗଦର ଫିଲ୍ମ ରିଲିଜ୍ ହୋଇଥିବାବେଳେ ଦୀର୍ଘ ୨୨ ବର୍ଷ ପରେ ଦ୍ବିତୀୟ ଭାଗ ରିଲିଜ୍ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦର୍ଶକେ ଫିଲ୍ମର ରିଲିଜ ତାରିଖକୁ ଚାହିଁ ବସିଥିଲେ ।

Comments are closed.