ଗୁଜରାଟ ନିର୍ବାଚନ: ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦୀ, କେଜ୍ରିୱାଲଙ୍କ ଧୂଆଁଧାର ପ୍ରଚାର

ସୁରଟ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ ତାରିଖରେ ୮୨ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏବେ ପ୍ରଚାରର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଧୂଆଁଧାର ପ୍ରଚାର କରୁଛନ୍ତି। ସୁରତରେ ପ୍ରଧାନମନ୍ତ୍ରୀ ଏବଂ କେଜ୍ରିୱାଲଙ୍କ ରାଲିକୁ ନେଇ ରାଜନୀତି ସରଗରମ ରହିଛି ।

ଉଭୟ ନେତାଙ୍କ ବଡ଼ ଜନସଭା ଓ ରୋଡ୍‌ ସୋ ଚାଲିଥିବା ବେଳେ କଂଗ୍ରେସର ପ୍ରଚାର ରଣନୀତି ସଂପୂର୍ଣ୍ଣ ଭିନ୍ନ ରହିଛି। କଂଗ୍ରେସ ନେତାଙ୍କ କୌଣସି ମେଗା ରୋଡ୍‌ ସୋ କିମ୍ବା ଷ୍ଟାର୍‌ ପ୍ରଚାରକଙ୍କ ବଡ଼ ରାଲି ଦେଖିବାକୁ ମିଳୁନାହିଁ।

ରବିବାର ଦିନ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଗୁଜରାଟରେ ଆପ୍‌ ହିଁ ସରକାର ଗଠନ କରିବାକୁ ଯାଉଛି। ଗୁଜରାଟରେ ବିଜେପି ଏବେ ସଂପୂର୍ଣ୍ଣ ଅନିଶ୍ଚିତତା ଦେଇ ଗତି କରୁଛି ଏବଂ କଂଗ୍ରେସ ମଇଦାନରୁ ଉଭେଇ ଯାଇଛି ବୋଲି ସେ କହିଛନ୍ତି।

Comments are closed.