୧୨ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦାର ଗିରଫ

ପାଟଣାଗଡ଼: ପାଟଣାଗଡ଼ ଓ ବେଲପଡା ଅଞ୍ଚଳରୁ ଅନ୍ୟତ୍ର ଦାଦନ ଶ୍ରମିକ ଭାବେ ଖଟିଯିବାକୁ ଥିବା ବେଳେ ପୁଲିସ ଦ୍ବାରା ୧୨ ଦାଦନ ଶ୍ରମିକ ଉଦ୍ଧାର ଓ ଜଣେ ସର୍ଦାର ଗିରଫ ହୋଇଥିବା ଜଣାପଡିଛି।
କାମଧନ୍ଦା ନ ପାଇ ଅନ୍ୟତ୍ର ଦାଦନ ଶ୍ରମିକ ହୋଇଯିବା ସମୟରେ ପାଟଣାଗଡ଼ ବସଷ୍ଟାଣ୍ଡରେ ଥିବା ସମୟରେ ସନ୍ଦେହ କରି ସେମାନଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେମାନଙ୍କୁ ମୁଣ୍ଡୋଦର୍ହ ଗ୍ରାମର ରତନ ବିଶ୍ବାଳ ନାମକ ଜଣେ ସର୍ଦାର ବେଆଇନ ଭାବେ ନେଉଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୭ ଜଣ ପୁରୁଷ, ୫ ଜଣ ମହିଳା ଓ ୪ ଶିଶୁ ରହିଥିବା ଜଣାପଡିଛି। ସେମାନେ ପାଟଣାଗଡ଼ ବ୍ଲକ ସୋଲ ବନ୍ଦ ଓ ବେଲପଡା ବମଲକ ଅଞ୍ଚଳର ବୋଲି ଜଣାପଡିଛି।
ଶ୍ରମ ବିଭାଗର ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ପରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିଜ ଗାଁକୁ ପଠାଯିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ସର୍ଦାର ରତନକୁ କୋର୍ଟ ଚାଲାଣ କରାଯିବାକୁ ଥିବା ଜଣାପଡିଛି।

Comments are closed.