ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଓ ଦାବିପତ୍ର

ପଟ୍ଟାମୁଣ୍ଡାଇ: ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ରାଜନଗର ଅଂଚଳ ଗସ୍ତରେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ କଲେଜ ମୁଖ୍ୟ ଫାଟକ ନିକଟରେ କଲେଜ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଲେଜ ଅଧକ୍ଷ ପ୍ରଫେସର ପ୍ରଭାକର ରାଉତଙ୍କ ନେତୃତ୍ୱରେ ପ୍ରାଧ୍ୟାପକ ପ୍ରମୋଦ ସାମଲ, ଡ଼ ଦୁଃଶାସନ ପରିଡା, ଡ଼ ରମେଶ କୁମାର ସାହୁ ରଂଜିତ କେଶରୀ ସେନାପତି, ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ଏନ ସି ସି ଅଫିସର କ୍ୟାପଟେନ ମନୋଜ ପରିଡା, ଅମୀୟ କୁମାର ଦାସ, ଚନ୍ଦନନଗର ସଭ୍ୟ ମାନସ ମଲିକ ପ୍ରମୁଖ ସାମିଲ ହୋଇ ହୋଇ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ କଲେଜର ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

Comments are closed.