ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଜଣେ ଗୁରୁତର

ସୁବର୍ଣ୍ଣପୁର- ପୁର୍ବ ଶତୃତାରୁ କେନ୍ଦ୍ରକରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଅଘଟଣ । ସୁଚନା ଅନୁସାରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବାବେଳେ ବାଘରତୈଲାର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ।ଫଳରେ ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ ୨ଟି ଗୁଳି ରହିଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ୨ଟି ଗୁଳି କଢାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଏନେଇ ବିରମହାରାଜପୁର ଥାନା ପୋଲିସ ଡାକ୍ତରଖାନାରେ ପହଂଚି ଅଧିକ ଅନୁସନ୍ଧାନ କରୁଥିବା ଜଣା ପଡିଛି ।

Comments are closed.