ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡିର ପଦଯାତ୍ରା

ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେଡ଼ି ର ପଦଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଡୁଙ୍ଗୁରିପାଲି ବ୍ଲକ ରେ ଆଜି ଆରମ୍ଭ ହୋଇଛି ବିଜେଡ଼ି ର ଜନସଂପର୍କ ପଦଯାତ୍ରା। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜେ ଧରିଛନ୍ତି ଏହାର ମଙ୍ଗ । ଏହି ପଦଯାତ୍ରା ସ୍ଥାନୀୟ ଶିବ ମନ୍ଦିର ରୁ ବାହାରି ଡୁଙ୍ଗୁରିପାଲି ସହର ପରିକ୍ରମା କରି ଆର ଏମ ସି ପରିସର ରେ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ମଞ୍ଚାସିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିଲେ । ଏପରିକି ରାଜ୍ୟ ସରକାର ଙ୍କ ଜନହିତ୍ କର କାର୍ଯ୍ୟକ୍ରମ କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ବ୍ଲକ ର ହଜାର ହଜାର ମହିଳା ଓ ପୁରୁଷ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ଅକ୍ଟୋବର ୨ ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଜିଲ୍ଲା ର କୋଣ ଅନୁକୋଣ ରେ ପହଞ୍ଚି ବ ବୋଲି କହିଥିଲେ ।

Comments are closed.