ସାଧାରଣ ବର୍ଗ ସମନ୍ୱୟ କମିଟି ପକ୍ଷରୁ ୟୁଜିସି ବିଲ୍ ବିରୋଧରେ ବୈଠକ ଅନୁଷ୍ଠିତ

0

ଗଜପତି,1.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଗଜପତି ଜିଲ୍ଲା ସାଧାରଣ ବର୍ଗ ସମନ୍ୱୟ କମିଟି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରାହ୍ମଣ ମହାସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପ୍ରତି ୟୁଜିସି ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗତ ଜାନୁଆରୀ ମାସରେ ୨୬ ତାରିଖରେ ନିଆଯାଇଥିବା କେତେକ ଆଇନଗତ ପଦକ୍ଷେପ ବିଷୟରେ ତର୍ଜମା କରାଯାଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ମତପ୍ରକାଶ ପାଇଥିଲା।ଏହା ମଧ୍ୟରେ ମାନ୍ୟବର ସୁପ୍ରିମକୋର୍ଟ ଏହି ଆଇନକୁ ସ୍ଥଗିତ ରଖିବା ସହ ପୁଣିଥରେ ପର୍ଯ୍ୟାଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉକ୍ତ ପଦକ୍ଷେପଗୁଡ଼ିକ ବିରୋଧରେ ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆସନ୍ତା ନଭେମ୍ବର ୩ ତାରିଖରେ ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହେବା ସହ ଏହି ଅବସରରେ ଜଗନ୍ନାଥ ମନ୍ଦିର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ମହାସଂଘ ପକ୍ଷରୁ ବିବୃତିରେ ଦର୍ଶାଇଛନ୍ତି।ଏହି ବୈଠକରେ ବ୍ରାହ୍ମଣ ମହାସଂଘର ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀଙ୍କ ସମେତ ଶ୍ରୀ ଅଶ୍ୱିନୀ କୁମାର ପାଢ଼ୀ, ଶ୍ରୀ ମନୋଜ କୁମାର ଦାସ, ଶ୍ରୀ ସୁରେନ୍ଦ୍ରନାଥ ରଥ, ଶ୍ରୀ ତ୍ରିପତି ପାତ୍ର, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ରାଜେଶ ପାତ୍ର, ଶ୍ରୀ ରମେଶ ପାଣିଗ୍ରାହୀ, ଶ୍ରୀ ସୁରେନ୍ଦ୍ରନାଥ ପାଢ଼ୀ, ଶ୍ରୀ ବେଣୁ ଗୋପାଳ ପାଢ଼ୀ, ରାଜେନ୍ଦ୍ର କୁମାର ରଥ,ଶ୍ରୀ ପ୍ରଶାନ୍ତ କୁମାର ଦାଶଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।ବୈଠକରେ ବିଭିନ୍ନ ସାମାଜିକ ପ୍ରସଙ୍ଗ ସମେତ ଆସନ୍ତା ୩ ତାରିଖ ସକାଳ ୧୦:୦୦ ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପଦଯାତ୍ରାରେ ବହୁସଂଖ୍ୟାରେ ସାମିଲ ହେବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ ସାଧାରଣ ବର୍ଗର ବହୁ ସଦସ୍ୟ ଯୋଗ ଦେଇ ନିଜର ସମର୍ଥନ ଘୋଷଣା କରିଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ କରଣ ସମାଜ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ହରି ମୋହନ ପଟ୍ଟନାୟକ, ସମ୍ପାଦକ ଭାବରେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ବ୍ରାହ୍ମଣ ସମାଜ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ତ୍ରିପତି ପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଭାବରେ ଶ୍ରୀ ମନୋଜ କୁମାର ଦାସ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ।

Leave A Reply

Your email address will not be published.