ଆନ୍ଧ୍ର ଉପକୂଳ ମୁହାଁ ‘ମୁରାସୁ’, ୧୧୦ କିମି ବେଗରେ ବହିବ ପବନ

0

ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି ‘ମୁରାସୁ’। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଏହା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ବର୍ତ୍ତମାନ ଏହା ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।ବାତ୍ୟା ‘ମୁରାସୁ’ ନେଲୋରଠାରୁ ୨୧୦ କିଲୋମିଟର, ମଛଲିପଟନମ୍‌ଠାରୁ ୨୭୦ କିଲୋମିଟର, କାଭାଲିଠାରୁ ୨୨୫ କିଲୋମିଟର ଏବଂ ଓଙ୍ଗୋଲଠାରୁ ୨୬୦ କିଲୋମିଟର ଦୂରରେ ରହିଛି। ଏହାର ଗତି ଓ ତୀବ୍ରତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ଉପକୂଳରେ ବାତ୍ୟାର ପ୍ରଭାବ ନେଇ ଆଶଙ୍କା ବଢ଼ିଛି।ପୂର୍ବାନୁମାନ ଅନୁସାରେ, ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର ମଧ୍ୟରେ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ  ୧୧୦ କିଲୋମିଟର ରହିପାରେ।

Leave A Reply

Your email address will not be published.