ମାଥିଲି ଅଂଚଳରୁ ମିଳିଲା ମାଓ ଡମ୍ପ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୁଲିସକୁ ପୁଣି ମିଳିଛି ବଡ ସଫଳତା। ମାଥିଲି ଥାନା ଅନ୍ତର୍ଗତ ଡାବଗୁଡା ଠାରେ ମାଓ ଡମ୍ପ ରହିଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଡାବଗୁଡା ଜଂଗଲରୁ ପୁଲିସ ମାଓ ଡମ୍ପକୁ ଉଦ୍ଧାର କରିଥିଲା। ଏହି ଡମ୍ପରେ ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ କରାଯାଇଛି।

ତେବେ ଗତକାଲି ସ୍ବାଭିମାନ ଅଂଚଳର ଧାକଡପଦର ଠାରେ ପୁଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା। ଲଗାତାର ଜିଲ୍ଲାର ଦୁଇଟି ସ୍ଥାନରେ ମାଓବାଦୀ ମାଟି ତଳେ ଲୁଚାଇଥିବା ବିସ୍ଫୋରକ ଏବଂ ମାଓ ସାମଗ୍ରୀକୁ ଜବତ କରି ନକ୍ସଲଙ୍କ ବଡଧରଣର ଏକ ଯୋଜନାକୁ ପଣ୍ଡ କରିଥିବା କୁହାଯାଇଛି। ସୁରକ୍ଷାକର୍ମୀ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହାକୁ ଲୁଚାଇ ରଖିଥିବା କୁହାଯାଇଛି। ଲଗାତାର ସ୍ବାଭିମାନ ଅଂଚଳରେ ନକ୍ସଲ ସମର୍ଥକମାନେ ନକ୍ସଲର ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପରେ ପୁଲିସକୁ ସଫଳତା ମିଳି ଚାଲିଛି। ଆଗାମୀ ଦିନରେ ମଧ୍ୟ ପୁଲିସ ସଫଳତା ପାଇବ ବୋଲି ଆଶା ପ୍ରକାଟ କରିଛି।

Comments are closed.