ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ: ଥାନାରେ ଏତଲା ଦେଲେ ସ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ପିଏ ହେମନ୍ତ ଭୋଇ। ଏନେଇ ତାଙ୍କ ସ୍ତ୍ରୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।
ପିଏ ହେମନ୍ତ ଭୋଇ କହିଛନ୍ତି ଯେ, ଜିଲ୍ଲାପାଳ ୨ ମାସ ହେଲାଣି ତାଙ୍କୁ ମୋତେ ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଛନ୍ତି। ଖାଲି ସେତିକି ନୁହେଁ, ପିଅନ, ସୁଇପର ଭଳି ବ୍ୟବହାର ଦେଖାଉଛନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ରୋଗ ଦେଖା ଦେଇଛି। ଏଥିଲାଗି ସେ ଚିକିତ୍ସିତ ବି ହୋଇଛନ୍ତି। ଏନେଇ ଆଜି ଥାନାରେ ମୋ ସ୍ତ୍ରୀ ଏତଲା କରିଛନ୍ତି, ମୋର ଯଦି କିଛି ହୋଇଯାଏ, ତେବେ ସେଥିଲାଗି ଜିଲ୍ଲାପାଳ ଦାୟୀ ରହିବେ। ତେବେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତିକ୍ରିୟା ମିଳିନାହିଁ।

Comments are closed.