ନବନିର୍ମାଣ ଖୋର୍ଦ୍ଧା ଜିଲ୍ଲା ସାଙ୍ଗଠନିକ ସମ୍ମିଳନୀ – ଚାଷୀଙ୍କ ପାଇଁ ଆର୍ ପାର ଲଢେଇ ହେବ

0
ଖୋର୍ଦ୍ଧା,୨୪!୬: ଖୋର୍ଦ୍ଧା ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସାଙ୍ଗଠନିକ ସମ୍ମିଳନୀ ବାଟ ମଙ୍ଗଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ମହିଳା ନେତ୍ରୀ ମଧୁମିତା ସାମଲ, ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ ଅତିଥି ଭାବେ ଯୋଗଦେଇ ଥିଲେ। ବୈଠକ ଆରମ୍ଭରେ ରାଜ୍ୟ ମହିଳା ନେତ୍ରୀ ମଧୁମିତା ସାମଲ ଏବଂ ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହ ବୈପ୍ଳବିକ ସଂଗୀତ ଗାନ କରିଥିଲେ। ପରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କୃଷକମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଆମେ କେବଳ ଧାନର ଦର୍ ବୃଦ୍ଧି କିମ୍ବା, ଚାଷୀଙ୍କ ପାଇଁ ଲଢେଇ କରୁନେ, ଆମେ ସମାଜରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ପରିବର୍ତ୍ତନ ପାଇଁ  ଏ ଲଢେଇ କରୁଛୁ।
ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଯେଉଁ ମାନେ ଲଢେଇ କରିବେ, ସେମାନେ ବୈପ୍ଳବିକ ଭାବେ ବିଚାରରେ ଶାଣିତ ହେଲା ପରେ, ସେ ଯେକୌଣସି ଲଢେଇକୁ କାନ୍ଧରେ ବୋହି ଆଗକୁ ନେଇ ପାରିବ। ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ କହିଥିଲେ ଯେ, ନବନିର୍ମାଣ କୃଷକ ସଂଗଠନର ଐତିହାସିକ ଲଢେଇ ଫଳରେ କେବଳ କାଳିଆ, ଧାନ ଦର ବୃଦ୍ଧି, କିମ୍ବା ବାର୍ଦ୍ଧକ୍ୟ ଭତ୍ତା ନୁହେଁ ପଲ୍ୟୁସନ ପର୍ଯ୍ୟନ୍ତ ସରକାର ବ୍ରେକ୍ ଲଗାଇଛନ୍ତି। ନବନିର୍ମାଣ ସବୁବେଳେ ବୈପ୍ଳବିକ ସଂସ୍ଥା ଭାବେ ଲୋକଙ୍କ ପାଇଁ ଲଢେଇ କରିଛି। ସଂଗଠନର ରାଜ୍ୟ ମହିଳା ନେତ୍ରୀ ମଧୁମିତା ସାମଲ କହିଥିଲେ ଯେ, ଅକ୍ଷୟ କୁମାରଙ୍କ ନେତୃତ୍ବରେ କ୍ରମାଗତ ଚାଲିଥିବା ଚାଷୀ ଆନ୍ଦୋଳନ ଓଡ଼ିଶା ଚାଷୀଙ୍କ ଆଶା ଓ ଭରଷାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ଚାଷୀ ଆନ୍ଦୋଳନରେ ଛାତ୍ର, ଯୁବକ, ମହିଳା ସମସ୍ତ ଉତ୍ସର୍ଗତ ଭାବରେ ଲଢେଇ କଲେ ଏହି ଆନ୍ଦୋଳନ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଆନ୍ଦୋଳନ ହେବା ସହ ଚାଷୀ କୂଳର ସ୍ବାର୍ଥ ହାସଲ ହେଇପାରିବ। ବରିଷ୍ଠ ସଂଗଠନ ଜୟନ୍ତ ତ୍ରିପାଠୀ, ବେଗୁନିଆ ସଂଗଠକ ମଦନ ସାହୁ, ବୋଲଗଡ଼ ସଂଯୋଜକ କାହ୍ନୁ ବେହେରା ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେବା ସହ ଆଗାମୀ ଦିନରେ ବିଶାଳ ଚାଷୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା।
ଆଜିର ବୈଠକରେ ସମିତି ସଭ୍ୟ ରଂଜନ ପଣ୍ଡା, ମୃତ୍ୟଜୟ ପ୍ରଧାନ, ରାଜ କିଶୋର ଦାସ, ନିକୁଞ୍ଜ ବିହାରୀ ଦାସ, ନାରାୟଣ ସେନ, ରସିକ୍ ସେନ୍, ସଞ୍ଜୟ ପାତ୍ର, ଅଧିକାରୀ ବେହେରା, ନିରଞ୍ଜନ ପ୍ରଧାନ, ପ୍ରସନ୍ନ ପ୍ରଧାନ, ପ୍ରସନ୍ନ ଭଞ୍ଜ, ସୁବାଷ ଚନ୍ଦ୍ର ରାଏ, ପ୍ରଫୁଲ୍ଲ ପରିଡ଼ା,  ମୁରଲୀ ଜେନା, ମୁନାଓ୍ବର ଅଲ୍ଲୀ, ପ୍ରେମାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ
Leave A Reply

Your email address will not be published.