ପାଟଣା:୨୦୨୧-୨୨, ୨୦୨୨-୨୩ରେ ବିଜେଡି ସରକାର ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଓଡ଼ିଶାରେ ବିଭିନ୍ନ ପଞ୍ଚାୟତ ଇଲାକାରେ ସୋଲାର ଷ୍ଟ୍ରିଟ ଲାଇଟ ଲଗାଯିବା ଘଟଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ବ ଭିଜିଲାନ୍ସ କୁ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପାଟଣା ବ୍ଲକର ୨୦ ଟି ପଞ୍ଚାୟତର ୨୦ ଟି ଗ୍ରାମକୁ ଯାଇ ଭିଜିଲାନ୍ସ ବିଭାଗ ଆଜି ଠାରୁ ଏହାର ତଦନ୍ତ କରିଥିବା ଦେଖାଯାଇଛି। ପଞ୍ଚାୟତର ପିଇଓ ଏବଂ ଏଡିଇଓ ମାନଙ୍କୁ ନେଇ ସୋଲାର ଲାଇଟ ଲଗା ଯାଇଥିବା କ୍ଷେତ୍ର ପରିଦର୍ଶନ କରିଛନ୍ତି ଏହି ଟିମ । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଆଜି ପାଟଣା ବ୍ଲକ ବଡ଼ପାଟଣା,ଚିନାମାଳିପଶି,ପଲାଣଘାଟି, ଡୁମୁରିଆ ପଞ୍ଚାୟତ ଅଞ୍ଚଳ ସମେତ ଅନ୍ୟ କିଛି ପଞ୍ଚାୟତରେ ଭିଜିଲାନ୍ସ ଟିମ ଘଟଣାର ତଦନ୍ତ କରୁଥିବା ଦେଖାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.