ବିଲମାନପୁର ବିଦ୍ୟାଳୟ ରେ ଖୋଲିଲା କବ୍ ଓ ବୁଲବୁଲ

ଓଡ଼ଗାଁ: ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲାମାନପୁର ରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ଆନୁକୂଲ୍ୟରେ ଦୁଇଟି କବ୍ , ବୁଲବଲ୍ ୟୁନିଟ ଖୋଲା ଯାଇଛି। ଏଥିରେ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗ ଦେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ତଥା ଫ୍ଲକ୍ ଲିଡର ଜ୍ୟୋଛନା ପାତ୍ର ଏବଂ ସହକାରୀ ଶିକ୍ଷକ ତଥା କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଙ୍କୁ ରାଜ୍ୟ ସ୍ତରୀୟ ପଞ୍ଜୀକରଣ ପ୍ରମାଣପତ୍ର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ପ୍ରଦାନ କରିଥିଲେ। ବିଦ୍ୟାଳୟର ୧୨ ଜଣ କବ୍ ଙ୍କୁ ନେଇ ଆନନ୍ଦ ଚନ୍ଦ୍ର କବ୍ ପ୍ୟାକ୍ ଏବଂ ୧୨ ଜଣ ବୁଲବୁଲ ଙ୍କୁ ନେଇ ଜ୍ୟୋତ୍ସ୍ନାମଧୁ ବୁଲବୁଲ ଫ୍ଲକ ଗଠନ କରାଗଲା।କବ୍ ବୁଲବୁଲ ମାନଙ୍କୁ ସ୍କାଉଟ ଗାଇଡ ର ସୂଚନା ସହିତ ବିଭିନ୍ନ ଆକ୍ଟିଭିଟି ପ୍ରଦର୍ଶନ କରାଯାଇଥିଲା। ପରିଶେଷରେ ସ୍ବେଛାସେବୀ ନିବେଦିତା ସାହୁ ଓ ଶିକ୍ଷୟିତ୍ରୀ ମଧୁସ୍ମିତା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.