ନୟାଗଡ଼(୧୩/୧୦): ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ତରଫରୁ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଚଳିତବର୍ଷ ପାଇଁ ଶିଶୁ ମହୋତ୍ସବ ସୁରଭି ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାହାଡାପିଠା ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର୍ ଅଧୀନସ୍ଥ ଚଉଦଟି ବିଦ୍ୟାଳୟରୁ ମନୋନୀତ ହୋଇ ଆସିଥିବା ପ୍ରଥମଶ୍ରେଣୀରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଓ ବରିଷ୍ଠ ବିଭାଗର ଦୁଇଶହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,ତର୍କ,ପ୍ରବନ୍ଧ,ସଂଗୀତ, ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର,ଶ୍ରୁତଲିଖନ,ଗଣିତ ଖେଳ,ଜଣାଅଜଣା,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳା, ଶିଳ୍ପକଳା ତଥା ଓଡ଼ିଆ ଭାଷା, ସଂସ୍କୃତି ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ବିଚାରକଭାବେ ବିଶିଷ୍ଟ ପାଲାକାର ମନୋଜ ମିଶ୍ର, ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା,ଶରତ ଚନ୍ଦ୍ର ଷଡ଼ଙ୍ଗୀ, ସିଆରସିସି ବିଭୁତି ଭୂଷଣ ଘଡେଇ, ଉମାକାନ୍ତ ପ୍ରଧାନ, ମନୋଜ କୁମାର ଦାସ,ଜୟକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ପ୍ରତିଯୋଗିତାରେ ବ୍ଲକ୍ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ତହସିଲଦାର ଡ.ମାନସ ରଞ୍ଜନ ଭୋଇ,ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର, ପାଣ୍ଡେରିପଡା ସରପଞ୍ଚ ଗାୟତ୍ରୀ ରାଉତ,ରବିଗାଡିଆ ସରପଞ୍ଚ ମିନତି ସେଠୀ,ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ,ଓଡ଼ଗାଁ ସଦର ସିଆରସିସି ନରେଶ ପାଣିଗ୍ରାହୀ,ବାହାଡାପିଠା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ହୋତା ଓ ପରିଚାଳନା କମିଟି ସଭାପତି ତୋଫାନ କୁମାର ବାରିକ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।ଶିକ୍ଷକ ଭଗବାନ ସାହୁ,ସତ୍ୟବାଦୀ ସାହୁ ଓ ସୁରେନ୍ଦ୍ର ପାହାଣ,ମଶାବାରୀ ହାଇସ୍କୁଲ ସ୍କାଉଟ୍ ଟ୍ରୁପ୍ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ପ୍ରଦୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.