ରାମକୃଷ୍ଣ ସେବାଶ୍ରମରେ ବୃକ୍ଷରୋପଣ ନିମନ୍ତେ ସମ୍ବର୍ଦ୍ଧନା

ଖୋର୍ଦ୍ଧା :  ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳ ରାମକୃଷ୍ଣ ସେବାଶ୍ରମରେ ଭୁବନେଶ୍ୱରସ୍ଥିତ ପ୍ରେରଣା ଗ୍ରୀନ୍ ଆର୍ମି ଇଣ୍ଟରନ୍ୟାସନାଲ୍ ଅନୁଷ୍ଠାନ ତରଫରୁ ଆଶ୍ରମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ବରିଷ୍ଠ ସଦସ୍ୟ ମନୋଜ କୁମାର ଗୁମାନସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥି ଲଷ୍ମୀପ୍ରିୟା ସାମନ୍ତରାୟ, ମୁଖ୍ୟବକ୍ତା ନିର୍ଭୟ କୁମାର ସାମନ୍ତରାୟ, ପ୍ରେରଣା ଗ୍ରୀନ୍ ଆର୍ମି ଇଣ୍ଟରନ୍ୟାସନାଲ୍ ବୋଲଗଡ ବ୍ଲକ୍ କମାଣ୍ଡର୍ ସାନନ୍ଦ କୁମାର ସାହୁ ଯୋଗଦେଇଥିଲେ। ଏହି ଅବସରରେ ୨୦ଜଣ ପ୍ରକୃତିପ୍ରେମୀ ମନୋଜ କୁମାର ଗୁମାନସିଂହ, ଦିଲ୍ଲୀପ କୁମାର ପଣ୍ଡା, ବିଜୟ କୁମାର ମହାପାତ୍ର, ବାସୁଦେବ ମହାପାତ୍ର, ଅଶୋକ କୁମାର ସାହୁ, ସର୍ବେଶ୍ୱର ସାହୁ, ନିର୍ଭୟ କୁମାର ସାମନ୍ତରାୟ, ରାଜକିଶୋର ଛୁଆଳସିଂହ, ଇନ୍ଦୁମତୀ ଦେଇ, ନଳିନୀ ସାହୁ, ଅରୁଣିମା ପଣ୍ଡା, ସୁଶାନ୍ତ କୁମାର ବେହେରା, ବାବାଜୀ ବେହେରା, ରାଜକିଶୋର ଛୁଆଳସିଂହ, ପ୍ରସନ୍ନ କୁମାର ବିଶ୍ବାଳ, ଆନନ୍ଦ ରଣସିଂହ ପ୍ରମୁଖଙ୍କୁ “ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ୍ ପୁରସ୍କାର” ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଶ୍ରମ ପରିସୀମା ଭିତରେ ୧୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା। ତା’ପରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସହସମ୍ପାଦକ ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ ।

Comments are closed.