ଖୋରଧା (୨/୧୦): ଆସନ୍ତା ୪ ଅକ୍ଟୋବର, ରବିବାର ଦିନ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳ ପକ୍ଷରୁ ଅକ୍ଟୋବର ମାସର ପ୍ରଥମ ରବିବାର ପାଠଚକ୍ର ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ଆଶ୍ରମ ପରିସରରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
କାର୍ଯ୍ୟକ୍ରମରେ ସାମୂହିକ ଜପ ଓ ଧ୍ୟାନ ପରେ ଶ୍ରୀରାମକୃଷ୍ଣ, ସ୍ୱାମୀ ବିବେକାନନ୍ଦ ଏବଂ ବେଦାନ୍ତ ସାହିତ୍ୟ ଉପରେ ଆଲୋଚନା କରାଯିବ। ଏହାପରେ ଆଶ୍ରମର ୪୮ତମ ବାର୍ଷିକୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।
ବାର୍ଷିକୋତ୍ସବ ପାଳନ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଏହି ବୈଠକରେ ଅବଶ୍ୟ ଯୋଗଦେବା ପାଇଁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ଆଶ୍ରମର ସମସ୍ତ ଭକ୍ତ, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ପାଠଚକ୍ର ଏବଂ ପ୍ରସ୍ତୁତି ବୈଠକରେ ଯୋଗଦେବାକୁ ଶ୍ରୀରାମକୃଷ୍ଣ ସେବାଶ୍ରମର ସମ୍ପାଦକଙ୍କ ପକ୍ଷରୁ ନିବେଦନ କରାଯାଇଛି।ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Next Post