Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କୁଆଖାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
କଟକ: କଟକ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ମୃତଦେହଟିକୁ ଉଦ୍ଧାର…
ଦୁର୍ଘଟଣା ନେଲା ଚାଳକଙ୍କ ଜୀବନ
କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିଲା। ଏଥିରେ ଚାଲିଯାଇଛି ଡ୍ରାଇଭରଙ୍କ ଜୀବନ। ଗତକାଲି ରାତି ପ୍ରାୟ ୧୧ଟାରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରାୟ ୮ ଘଣ୍ଟାର କସରତ ପରେ ଆଜି ସକାଳେ ଚାପି ହୋଇଥିବା ଚାଳକଙ୍କୁ ସକାଳେ ବାହାର…
ଯୌତୁକ ପାଇଁ ବଧୂହତ୍ୟା
ଅନୁଗୁଳ: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ତଣ୍ଡି ଚିପି ହତ୍ୟା କରିବା ମାମଲାରେ ତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ…
ଗଜପତିରେ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ
ପାରଳାଖେମୁଣ୍ତି: ଚଳିତ ବର୍ଷ ଜିଲ୍ଲାର ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଲକ୍ ନାମନଗଡ଼ ପଞ୍ଚାୟତ ଖ୍ରୀଷ୍ଟିଆନ୍ ସାହିର ବିକାଶ ଲିମା(୨୫)। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଉକ୍ତ ସାହିର ଆହୁରି ୫ ଜଣ…
ଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ବିଶାଳ ରାଲି
ଓଡ଼ଗାଁ: ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ରାଜରାସ୍ତା କିଛି ସମୟ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗଣବେଶରେ ଛାଇ ହୋଇଯାଇଥିଲା।ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଓଡ଼ଗାଁ ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।ସରକାରଙ୍କ ଉଦ୍ଦେଶ୍ୟରେ…
ଗିରଫ ହେଲେ ହାଇସ୍କୁଲର ସଭାପତି
କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ…
ଜୁଆଙ୍ଗ ଶିଶୁଙ୍କ ପାଠପଢ଼ାରେ ବାଧକ ଅସଜଡ଼ା ଭିତ୍ତିଭୂମି
କାଳିଆପାଣି: ସଚେତନତା ଅଭାବରୁ ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନଜାତି ସଂପ୍ରଦାୟ ଅପପୁଷ୍ଟି, ଖାଦ୍ୟାଭାବ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଲୋକଙ୍କୁ ସଚେତନ କରାଯିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ କହୁଛନ୍ତି। ତେଣୁ ଶିକ୍ଷା ହେଉଛି ଏମାନଙ୍କ ବିକାଶର…
୨୧ ଶିକାରୀ ଗିରଫ ୧୬୫ ବନ୍ଧୁକ ଜବତ
ଶିମିଳିପାଳ: ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ…
ଆଜି ମହାପ୍ରଭୁଙ୍କ ବନକଲାଗି: ସନ୍ଧ୍ୟା ୬ରୁ ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଦେଢ଼ ମାସ ପରେ ଆଜି (୯ ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି।…
ସେଲ୍ଫି ହେଲା କାଳ
କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ…