କଟକ: କଟକ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ମୃତଦେହଟିକୁ ଉଦ୍ଧାର କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି। ମୃତକ ହେଲେ ଗୟଳବାଙ୍କ ଦେବୀ ଦ୍ଵାର ଅଞ୍ଚଳର ହିମାଂଶୁ ମହାପାତ୍ର। ଗାଧୋଇବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ମହାନଦୀରେ ପଡ଼ି ନିଖୋଜ ହୋଇଯାଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.