ଆଚରଣ ଅସହ୍ୟ ହେବାରୁ ସ୍ତ୍ରୀ’କୁ ମାରି ବଣରେ ଫିଙ୍ଗିଦେଲେ ସ୍ବାମୀ

ନୂଆଦିଲ୍ଲୀ: ୭୦ ହଜାର ଟଙ୍କା ଦେଇ କିଣି ବାହା ହୋଇଥିବା ସ୍ତ୍ରୀ’ର ଆଚରଣରେ ଅସନ୍ତୁଷ୍ଟ ହୋଇ ସ୍ବାମୀ ତା’ର ତଣ୍ଟି ଚିପି ହତ୍ୟା କରି ଦକ୍ଷିଣପଶ୍ଚିମ ଦିଲ୍ଲୀର ଫତେପୁର ବେରି ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଶବ ଫିଙ୍ଗି ଦେଇଥିବା କଥା ବୁଧବାର ଦିନ ପୁଲିସ କହିଛି। ପୁଲିସ କହିଛି, ଅଭିଯୁକ୍ତ ସ୍ବାମୀ ଧରମବୀର ଓ ତାଙ୍କୁ ଏହି ହତ୍ୟାକାଣ୍ଡରେ ସହାୟତା କରିଥିବା ଅରୁଣ ଓ ସତ୍ୟବାନଙ୍କୁ ଗିରଫ କରାଯାଇଛି। ଫତେପୁର ବେରି ଝୀଲ୍‌ କୁର୍ଦ ସୀମାନ୍ତ ନିକଟ ବଣରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ବିଷୟରେ ଶନିବାର ଦିନ ‘ପିସିଆର୍‌’ କଲ୍‌ ମିଳିଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିଲା ବୋଲି ଡେପୁଟି ପୁଲିସ କମିସନର୍‌ ଚନ୍ଦନ ଚୌଧୁରୀ କହିଛନ୍ତି। ପୁଲିସ ‘ଟେକ୍‌ନିକାଲ୍‌’ ଓ ‘ମାନୁଆଲ୍‌ ସର୍ଭିଲେନ୍‌ସ୍‌’ ଜରିଆରେ ଏହି ମାମଲାର ତଦନ୍ତ ଆରମ୍ଭ କଲା। ଶନିବାର ରାତି ୧.୪୦ରେ ଗୋଟାଏ ଅଟୋରିକ୍ସାର ଚଳାଚଳ ସନ୍ଦେହଜନକ ମନେହୋଇଥିଲା ବୋଲି ସେ କହିଛନ୍ତି।ସେ ଅଟୋରିକ୍ସାକୁ ଟ୍ରାକ୍‌ କରାଯାଇ ତା’ର ରେଜିଷ୍ଟ୍ରେସନ୍‌ ନମ୍ବର ଚିହ୍ନଟ କରାଗଲା। ଛତ୍ରପୁରନିବାସୀ ସେ ଅଟୋର ଡ୍ରାଇଭର୍‌ ଅରୁଣଙ୍କୁ ଗଦାଇପୁର ବ୍ୟାଣ୍ଡ୍‌ ରୋଡ୍‌ରେ ଧରାଯାଇ ଅଟୋକୁ ଜବତ କରାଗଲା ବୋଲି ମଧ୍ୟ ସେ କହିଛନ୍ତି।

Comments are closed.