୨୧ ଶିକାରୀ ଗିରଫ ୧୬୫ ବନ୍ଧୁକ ଜବତ

ଶିମିଳିପାଳ: ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ ମଧ୍ୟରେ ଶିମିଳିପାଳରେ ଗଡ଼ିଲାଣି ୨ ବନ କର୍ମଚାରୀଙ୍କ ମୁଣ୍ଡ।ଏହାପରେ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଯାହା ମିଳିଛି ସମସ୍ତଙ୍କ ଆଖି ତାଟକା ହୋଇ ଯାଇଛି। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ।

Comments are closed.