ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ଆଜି ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର ଦୁଇଜଣ ପିଲା ଗ୍ରାମ ବାହାରେ ଖେଳୁଥିବା ବେଳେ ପାରାଟି ଆସି ସେମାନଙ୍କ ନିକଟରେ ବସିଥିଲା। ପାରାଟିର ଗୋଡ଼ରେ ଏକ ପ୍ଲାଷ୍ଟିକ ଟ୍ୟାଗ ଲାଗିଥିବା ବେଳେ ସେଥିରେ ଇଂରାଜୀ ଅକ୍ଷରରେ “ବ୍ୟାନ୍”  ଲେଖାଥିବା ଦେଖିବାକୁ ମିଳିଥିଲା। ପିଲାମାନଙ୍କ ନିକଟରୁ ପାରାଟିକୁ ପାଇବା ପରେ ଗ୍ରାମବାସୀ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଏସଆଇ ସରୋଜ କୁମାର ଜେନା କଷିପଦା ଗ୍ରାମରେ ପହଞ୍ଚି ପାରାଟିକୁ ପରୀକ୍ଷାନିରୀକ୍ଷା କରିଥିଲେ। ଏହା ସନ୍ଦେହଜନକ ଲାଗିବା ସହ ବାଂଲାଦେଶରୁ ଆସିଥିବା ନେଇ ସନ୍ଦେହ ହେବାରୁ ପୁଲିସ ପାରାଟିକୁ ଥାନାକୁ ନେଇ ଆସିଥିଲା। ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ପକ୍ଷୀଟିକୁ ବେତନଟୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

Comments are closed.