ଭୁବନେଶ୍ବର:ଅଷ୍ଟ୍ରେଲୀୟ ପାଦ୍ରୀ ଗ୍ରାହାମ ଷ୍ଟେନ ଏବଂ ତାଙ୍କ ୨ ଶିଶୁପୁତ୍ରଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ୍ ସିଂ ଓରଫ ଦାରା ସିଂଙ୍କ ଜେଲରୁ ଖଲାସ ଆଶା ମଉଳି ଯାଇଛି । ମଙ୍ଗଳବାର ଓଡ଼ିଶା ଷ୍ଟେଟ ସେନଟେନ୍ସ ରିଭ୍ୟୁ ବୋର୍ଡ ଦାରାଙ୍କ ମୁକ୍ତି ଆବେଦନକୁ ଖାରଜ କରିଦେଇଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଦାରାଙ୍କ ମୁକ୍ତି ଆବେଦନର ଶୁଣାଣି ସୁପ୍ରିମ କୋର୍ଟରେ ହେବାକୁ ଥିବା ବେଳେ ଓଏସଏସଆରବିର ଏହି ରାୟ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏଠାରେ ସୂଚନା ଥାଉକି ୬୭ ବର୍ଷୀୟ ଦାରା ସିଂ ଦୀର୍ଘ ୨୬ ବର୍ଷ ୬ ମାସ ଜେଲ୍ରେ ରହି ସାରିଥିବାରୁ ସେ ଦଣ୍ଡ କୋହଳ ନିୟମ ପାଇଁ ଏବେ ଯୋଗ୍ୟ । ଗତ ୨୦୨୪ ମସିହାରେ ସେ ସୁପ୍ରିମକୋର୍ଟରେ ଆବେଦନ କରି ଦଣ୍ଡ କୋହଳ ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣି ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ତେବେ ବୋର୍ଡ ଦାରାଙ୍କ ଅବେଦନ ଖାରଜ କରିଦେଇଥିବାରୁ ସୁପ୍ରିମକୋର୍ଟଙ୍କ ରାୟ କଣ ରହିବ, ତାହା ଉପରେ ନଜର ରହିଛି । ଏଠାରେ ସୂଚନା ଦିଆଯାଇପାରେ ଯେ, ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ ଦାରାଙ୍କ ମୁକ୍ତି ଆବେଦକକୁ ଓଏସଏସଆରବି ଖାରଜ କରିଦେଇଥିଲା ।
Sign in
Sign in
Recover your password.
A password will be e-mailed to you.