Browsing Category

ମହାନଗର

୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି…

ଅଭିନବ ପ୍ରତିବାଦ: କାନ ଧରି ଆଣ୍ଠେଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ

ଭୁବନେଶ୍ବର: ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍ମଚାରୀମାନେ କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ…

ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

ଭୁବନେଶ୍ବର: କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ…

ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି…

୩ ବେପାରୀଙ୍କଠାରୁ ୪୨ କେଜି ଗଞ୍ଜେଇ ଜବତ

ଧଉଳି: ଧଉଳି ଥାନା ପୁଲିସ ଆଜି ଚୋରା ଗେଞ୍ଜେଇ କାରବାର ମାମଲାରେ ୩ ଆନ୍ତଃଜିଲ୍ଲା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବାଲିକନ୍ଦଳ ମଲ୍ଲିକ ସାହିର ଦୀପକ କୁମାର ମଲ୍ଲିକ(୩୦), ଉକ୍ତ ଥାନା ଅଞ୍ଚଳର ରମେଶ କୁମାର…

ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟ ଆଜି ପ୍ରାତଃ ଘ ୪-୪୫ମି ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ଡାକ୍ତର ଆଚାର୍ଯ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀ ସେବାରେ ବ୍ରତୀ ଥିଲେ। ସେ ଜଣେ ଜଣାଶୁଣା…

ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କଲା ପୁଲିସ

ଭୁବନେଶ୍ବର: ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡ଼ଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି। ବିଳମ୍ବିତ ରାତିରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୯ରେ ଅବପାତ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି, ୧୯ ନଭେମ୍ବର ବେଳକୁ…

ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ, ସମସ୍ତେ କହିଲେ- ଆମେ ଜିତିବୁ ପଦ୍ମପୁର ଲଢେଇ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନ ପାଇଁ  ସରିଲା ପ୍ରାର୍ଥୀପତ୍ର ଦାଖଲପ୍ରକ୍ରିୟା । ପ୍ରଥମଥର ପାଇଁ ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ…

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର…