ଭୁବନେଶ୍ବରର ରାଜ ରାସ୍ତାରେ ପୁଣି ରଣହୁଙ୍କାର କରିବ ବିଜେଡି, ଯୋଗ ଦେବେ ନବୀନ

ଭୁବନେଶ୍ବର: ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳର ବିକ୍ଷୋଭ ପରେ ଏବେ ଖୋଦ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ କୁହାଯାଇଛି ଆସନ୍ତା 28 ତାରିଖରେ ଏହି ବିକ୍ଷୋଭ। ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି ଏବଂ ପ୍ରୀତିରଂଜନ ଘଡାଇ ପ୍ରମୁଖ ଯୋଗଦେଇ ଏହି ଘୋଷଣା କରିଥିଲେ।

ନେତାମାନେ କହିଥିଲେ ଯେ, କେନ୍ଦ୍ର ସରକାର ଲାଗୁ କରିଥିବା ଏମଏମଡିଆର ଆଇନିକୁ ପ୍ରତ୍ୟାହାର ଦାବୀରେ ଆସନ୍ତା 28 ତାରିଖରେ ଏହି ବିକ୍ଷୋଭ କରାଯିବ। ଭୁବନେଶ୍ବରର ଲୋୟାର ପିଏମଜି ରେ ଏହି ବିକ୍ଷୋଭ କରାଯିବ। ଏହି ବିକ୍ଷୋଭରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି କଳା ଆଇନି ବିରୋଧରେ ସାରା ରାଜ୍ୟରେ ମଧ୍ୟ ବିକ୍ଷୋଭ କରାଯିବ ବୋଲି ଦଳ କହିଛି।

Comments are closed.