ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟ ଆଜି ପ୍ରାତଃ ଘ ୪-୪୫ମି ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ଡାକ୍ତର ଆଚାର୍ଯ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀ ସେବାରେ ବ୍ରତୀ ଥିଲେ। ସେ ଜଣେ ଜଣାଶୁଣା ହୂଦରୋଗ ବିଶେଷଜ୍ଞ ଭାବରେ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅନ୍ତିମ ଶଯ୍ୟାରେ ଧର୍ମପତ୍ନୀ ଡାକ୍ତର ସେବା ମହାପାତ୍ର ଓ ଡାକ୍ତର ରେଖା ମହାପାତ୍ର ଉପସ୍ଥିତ ଥିଲେ।

ଡାକ୍ତର ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ଜଣେ ସମାଜସେବୀ ଡାକ୍ତରଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଛି। ତାଙ୍କର ଏକମାତ୍ର ପୁତ୍ର ଆମେରିକାରେ ଅଛନ୍ତି।  ସେ ଆସିବା ପର୍ଯ୍ୟନ୍ତ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ମରଶରୀରକୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

Comments are closed.