Browsing Category

ଦେଶବିଦେଶ

ଭୂମିକମ୍ପରେ ଥରିିଲା ଗୁଜରାଟ

ଗୁଜରାଟ: ଭୟଙ୍କର ଭୂମିକମ୍ପ। ଥରିଲା ଗୁଜରାଟ। ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର…

ନାରୀ ଶିକ୍ଷାର ଅବସାନ ପାଇଁ ଇରାନ୍‌ରେ ଶହ ଶହ ଝିଅଙ୍କୁ ବିଷ ଦିଆଯାଇଛି: ରିପୋର୍ଟ

ତେହ୍‌ରାନ୍‌: ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର  ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ…

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍‌ ସବୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି…

୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ବାର୍ହା ସହିତ ଲଢ଼ି ପ୍ରାଣ ହରାଇଲେ ମହିଳା

କୋର୍‌ବା: ୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ଛତିଶଗଡ଼ର କୋର୍‌ବା ଜିଲ୍ଲାର ଗୋଟାଏ ବିଲରେ ଜଣେ ସାହସିନୀ ମହିଳା ଗୋଟାଏ ଜଙ୍ଗଲୀ ବାର୍ହା ସହିତ ଲଢ଼େଇ କରି ପ୍ରାଣ ହରାଇଥିବା କଥା ଆଜି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ବାର୍ହା ସହିତ ମୁକାବିଲା କରି ସାଙ୍ଘାତିକ ଆହତ ହୋଇଥିବା…

୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ ଏବଂ ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ…

ମେଘାଳୟ: ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୧୪୬ କୋଟି

ଶିଲଂ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି। ୟୁଡିପି ପାର୍ଟିର ମୁଖ୍ୟ ଲିଙ୍ଗଡ଼ୋ…

କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଜେରା କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀ ବିଭବ କୁମାରଙ୍କୁ ଆଜି ହାଜର ହେବା ପାଇଁ ସମନ୍‌ ଜାରି କରିଥିଲା। ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ…

ରିସେପ୍ସନର ଠିକ୍‌ ପୂର୍ବରୁ ପତ୍ନୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ!

ରାୟପୁର: ବେଶ ଧୁମଧାମରେ ବାହାଘର ହୋଇଥିଲା। ରିସେପ୍ସନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଭୋଜିର ମାତ୍ର କିଛି ଘଣ୍ଟା ପୂର୍ବରୁ ଗୋଟିଏ ରୁମ ଭିତରୁ ମିଳିଛି ନବଦମ୍ପତିଙ୍କ କ୍ଷତାକ୍ତ ମୃତଦେହ। ଦୁଇ ଜଣଙ୍କ ଶରୀରରେ ଏକାଧିକ ଛୁରୀ ମାଡ଼ର ଦାଗ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରୁ…

ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ପୁଟିନ୍‌

ମସ୍କୋ: ଖୁବ୍‌ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ବାଗତ କରିବା ବେଳେ ପୁଟିନ୍‌ କହିଛନ୍ତି,…

୩ ଘଣ୍ଟା ଧରି ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ୨୦ ମାସିଆ ପିଲାର ଜୀବନ ବଞ୍ଚାଇଲେ ଡାକ୍ତରଖାନା କର୍ମଚାରୀ

ନୂଆଦିଲ୍ଲୀ: ୩ ଘଣ୍ଟା କାଳ ହୃଦ୍‌କ୍ରିୟା ବନ୍ଦ ହୋଇଯାଇଥିବା ଏକ  ୨୦ ମାସିଆ ପିଲାକୁ ଦଳେ ଡାକ୍ତରଖାନା କର୍ମଚାରୀଙ୍କ ଉଦ୍ୟମ ବଞ୍ଚାଇ ଦେଇଥିବା କଥା ‘ସିବିସି ନିଉଜ୍’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ଜାନୁଆରି ୨୪ ତାରିଖ ଦିନ କାନଡାର ଦକ୍ଷିଣପଶ୍ଚିମ ଅଣ୍ଟାରିଓ ଅନ୍ତର୍ଗତ…