ପ୍ରଥମ ଦିନିକିଆ : ଲଥାମଙ୍କ ବିସ୍ଫୋରକ ଶତକ, ଭାରତକୁ ୭ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ୍  : ଅକଲାଣ୍ଡଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ୩୦୭ ରନର ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ତାହା ଯଥେଷ୍ଟ ହୋଇନଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

ପଟ୍ଟାମୁଣ୍ତାଇ: ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋବିନ୍ଦ ଦୀର୍ଘ ୪୦ ବର୍ଷ…

ଛାତ୍ରଛାତ୍ରୀଙ୍କ ମେଳରେ ଗୀତ ଗାଇ ନାଚି ନାଚି ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ, ଭିଡିଓ ‌ସେୟାର୍‌ କଲେ ଆଇଏଏସ୍‌

ପାଟ୍‌ନା: ବିହାରର ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଶିକ୍ଷୟିତ୍ରୀ ଜଣକ ଯେଉଁ ଶୈଳୀରେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛନ୍ତି ତାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ସେ ଏକ ଗୀତରେ ନାଚି ନାଚି ପିଲାମାନଙ୍କୁ…

ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ପୁରୀ: ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା। ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ଜଣାଯାଇଛି। ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୁଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ଲାଗିଛି କଟକଣା। ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ…

ଅଭିନବ ପ୍ରତିବାଦ: କାନ ଧରି ଆଣ୍ଠେଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ

ଭୁବନେଶ୍ବର: ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍ମଚାରୀମାନେ କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ…

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…

ଆଜି ଦେଶରେ ୩୪୭ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୩ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସାଢ଼େ ପ୍ରାୟ ସାଢ଼େ ୫ ହଜାର ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…

ଭାରସାମ୍ୟ ହରାଇ ବାଇକରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୁନେଇତାଣ୍ଡି ଠାରେ ଭାରସାମ୍ୟ ହରାଇ ଏକ ବାଇକରୁ ପଡ଼ି ଜଣେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଯୁବକଜଣକ ବାଇକରେ ଘରକୁ ଫେରୁଥିବା…

ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ

ନୂଆଦିଲ୍ଳୀ: ଆପଣ କେବେ କୌଣସି କୃଷକଙ୍କ ପତ୍ନୀଙ୍କୁ ମଡେଲିଂ କରୁଥିବାର ଦେଖିଛନ୍ତି? କୃଷକ କହିଲେ ଆମ ଆଖି ସାମ୍ନାକୁ ଜଣେ ଗରିବ ଲୋକର ପ୍ରତିଛବି ଆସି ଯାଇଥାଏ। କୃଷକଙ୍କ ପତ୍ନୀ କହିଲେ ଆମେ ଜାଣନ୍ତି ଘରେ ରହି ନିଜ ସ୍ବାମୀଙ୍କୁ ମାନିସିକ ଭାବେ ସହଯୋଗ କରୁଥିବା ଜଣେ ପତ୍ନୀ। ମାତ୍ର ଆମେ…

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ…