ରାୟଗଡ଼ାରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ଗ୍ରାଣ୍ଡ ଓପନିଂ ପ୍ରଥମ ଦିନରେ ବିକ୍ରି ହେଲା ପ୍ରାୟ ୧୦ଟି ଇଲେକ୍ଟ୍ରିକ୍ ଗାଡ଼ି

0

ରାୟଗଡ଼ା: ଭି ଗୌରୀଶଙ୍କର ରାଓ : ୧୭/୯:- ରାୟଗଡ଼ା ସହରରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ବ୍ରାଣ୍ଡ ଓପନିଂ ତଥା ଶୁଭାରମ୍ଭ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ପ୍ରତିଷ୍ଠାନର ଶୁଭ ଉଦ୍‌ଘାଟନ କରିଥିଲେ।
ନୂତନ ଇଲେକ୍ଟ୍ରିକ୍ ଯାନ ପ୍ରତି ଗ୍ରାହକଙ୍କ ଆଗ୍ରହକୁ ନଜରରେ ରଖି ରାୟଗଡ଼ାରେ ଏହି ପ୍ରତିଷ୍ଠାନ ଆରମ୍ଭ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ପ୍ରତିଷ୍ଠାନର ଗ୍ରାଣ୍ଡ ଓପନିଂ ଦିନରେ ପ୍ରାୟ ୧୦ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଥିବା ନେଇ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।


ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ସହ ଗାଡ଼ିର ସ୍ପେୟାର୍ ପାର୍ଟସ୍, ମରାମତି ଏବଂ ସର୍ଭିସିଂ ଭଳି ସୁବିଧା ଉପଲବ୍ଧ କରାଇବାକୁ ପ୍ରତିଷ୍ଠାନ ଲକ୍ଷ୍ୟ ରଖିଛି। ଗ୍ରାହକଙ୍କ ସୁବିଧା ଓ ସମସ୍ୟାର ସମାଧାନ ପାଇଁ ସଂସ୍ଥା ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି। ଗ୍ରାଣ୍ଡ ଓପନିଂକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.