ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ; ୪ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

0

ଭୁବନେଶ୍ୱର:ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯିବା ସହ ବିଭିନ୍ନ ବିଭାଗରେ ହୋଇଛି ଅଦଳବଦଳ।କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱଥୀ ଏସ୍‌ଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଥିବା ଗିରିଶ ଏସ୍‌ଏନ୍‌ଙ୍କୁ ନୂଆ ଦାୟିତ୍ୱ ମିଳିଛି।

ଅନ୍ୟପଟେ ଅଶ୍ୱଥୀ ଏସ୍‌ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ସେ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଏହି ପ୍ରଶାସନିକ ଅଦଳବଦଳରେ ଏଫ୍‌ଡିସି ଅଧ୍ୟକ୍ଷ ପଦରୁ ବିଷ୍ଣୁପଦ ସେଠୀଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି (OSD) ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.