ଶିଶୁପାଳଗଡ଼ ଗୁଳିକାଣ୍ଡର ଖୋଲିଲା ଗୁମର! ୮ ଗିରଫ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶିଶୁପାଳଗଡ଼ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ପଟ୍ଟନାୟକ ଓ ବିଷ୍ଣୁ ପ୍ରସାଦ ସାମନ୍ତରାୟଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ। ଏଥିସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଗଙ୍ଗୁଆ ନାଳରୁ ଜବତ କରାଯାଇଛି।ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁରେ ତପନ ନାଏକଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ତପନଙ୍କୁ ଅଭିଯୁକ୍ତ ଉମେଶ ଓ ବିଷ୍ଣୁ ନିଜେ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିବା ପରେ ଘଟଣାକୁ ଭିନ୍ନ ରୂପ ଦେବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ।

ମାଉସୀମାଆ ଛକରେ କୌଣସି ଦୁର୍ବୃତ୍ତ ତପନଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ତାଙ୍କ ପରିବାରକୁ ମିଥ୍ୟା ସୂଚନା ଦେଇଥିଲେ। ଫଳରେ ଘଟଣାକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ପରେ ଘଟଣାର ପ୍ରକୃତ ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ, ପୁଲିସ ତଦନ୍ତରୁ ବର୍ତ୍ତିବା ପାଇଁ ଉମେଶ ଓ ବିଷ୍ଣୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ବଡ଼ଗଡ଼ ଅଞ୍ଚଳରୁ ସେମାନଙ୍କୁ କାବୁ କରାଯାଇଥିଲା। ଲଗାତାର ପଚରାଉଚରା ପରେ ଉମେଶଙ୍କ ଦୁଇ ସହଯୋଗୀ ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ ତଥ୍ୟ ଦେଇଥିବା ଜଣାପଡ଼ିଛି। ଏହାପରେ ପୁଲିସ ଗଙ୍ଗୁଆ ନାଳରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି।

Leave A Reply

Your email address will not be published.