ଆସିଲା ରାହୁଲଙ୍କ ବିବାହ ପ୍ରସ୍ତାବ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଉଭୟ ରାଜନେତା ଏବଂ ଜନ ସାଧାରଣ ମଧ୍ୟ ଏଥିପାଇଁ ମାଆ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କୁ ପରାମର୍ଶ ଦେଉଛନ୍ତି। କିଛି ଦିନ ତଳ ସୋନିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବୁଲି ଆସିଥିଲେ ହରିୟାଣାର କିଛି ମହିଳା ଚାଷୀ। ଏହି ସମୟରେ ଜଣେ ମହିଳା ଚାଷୀ ତାଙ୍କୁ ରାହୁଲଙ୍କ ବିବାହ କରାଇବାକୁ କହିବାରୁ ପୁଅ ପାଇଁ ବୋହୂ ଖୋଜିବାକୁ କହିଥିଲେ ସୋନିଆ। ଏବେ ପୁଅ ପାଇଁ ପ୍ରସ୍ତାବ ଆସିଛି। ଜଣେ ବଲିଉଡ୍ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ରାଜି ଥିବା କହିଛନ୍ତି। ଅଭିନେତ୍ରୀ ତଥା ମଡେଲ୍ ଶର୍ଲିନ୍ ଚୋପ୍ରା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ହଁ ମାରିଛନ୍ତି। ନିକଟରେ ମୁମ୍ବାଇରରେ ନଜର ଆସିଥିଲେ ଶର୍ଲିନ୍। ଏହି ସମୟରେ ସେ ଫ୍ୟାନ୍ସଙ୍କ ସହ ସେଲ୍ଫି ନେବାରେ ବ୍ୟସ୍ତ ଥିବାବେଳେ ତାଙ୍କୁ କେହି ରାହୁଲ ଗାନ୍ଧୀଙ୍କ ସହ ବିବାହ ନେଇ ପ୍ରଶ୍ନ କରିଥିଲେ। ଆଉ ଶର୍ଲିନ୍ ମଧ୍ୟ ଏହାର ପଜିଟିଭ୍ ରିଆକ୍ଟ କରିଛନ୍ତି। ସେ କହିଛନ୍ତି, ‘କାହିଁକି ନୁହେଁ, କିନ୍ତୁ ବିବାହ ପରେ ମୁଁ ମୋ ସାଙ୍ଗିଆ ଅର୍ଥାତ୍ ଟାଇଟଲ୍ ପରିବର୍ତ୍ତନ କରିବାକୁ ଚାହିଁବିନି।’

Comments are closed.